ପ୍ରତାପଗଡ଼,୨୬।୨: ସୋସିଆଲ ମିଡିଆରେ ୟୁଜର୍ସ ଉତ୍ତର ପ୍ରଦେଶର ବାଗପଟଠାରେ ଚାଟ ବିକାଳିଙ୍କ ମଧ୍ୟରେ ହୋଇଥିବା ଛଟ ଫାଇଟ୍ ଭିଡିଓର ମଜା ନେଉଥିବାବେଳେ ସାମ୍ନାକୁ ଆସିଛି ଆଉ ଏକ ଷ୍ଟ୍ରିଟ୍ ଫାଇଟ୍ର ଫୁଟେଜ। ଏଥର ମଧ୍ୟ ରାଜ୍ୟ ସମାନ। କିନ୍ତୁ ଯୁଦ୍ଧ ପୁରୁଷଙ୍କ ମଧ୍ୟରେ ନୁହେଁ, ବରଂ ଯୋଦ୍ଧା ସାଜିଛନ୍ତି ମହିଳା। ତେବେ ଏହି ଭିଡିଓ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାର ପାଟି ଅଞ୍ଚଳର ବୋଲି ଜଣାପଡ଼ିଛି।
https://twitter.com/Live_Hindustan/status/1364224652013236225?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1364284626655567873%7Ctwgr%5E%7Ctwcon%5Es3_&ref_url=https%3A%2F%2Fwww.opindia.com%2F2021%2F02%2Fpratapgarh-baghpat-chaat-fight-street-women-video-viral%2F
ଭାଇରାଲ ଭିଡିଓରେ କିଛି ମହିଳା ପାରମ୍ପରିକ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ଫାଇଟ୍ କରୁଛନ୍ତି। ସେମାନେ ପରସ୍ପରର ଚୁଟି ଟାଣୁଛନ୍ତି । ବାଡ଼ି ଓ ହାତରେ ଯାହା ପଡ଼ିଲା ସେଥିରେ ପରସ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଛଟ ଫାଇଟ୍ ଭଳି ଏହି ଷ୍ଟ୍ରିଟ୍ ଫାଇଟ୍ର ଭିଡିଓ ସୋସିଆଲ ମିଡିଆରେ କିଛି ସମୟରେ ହିଁ ଭାଇରାଲ ହୋଇଯାଇଛି। ଏହାର ଖୁବ୍ ମଜା ଉଠାଉଛନ୍ତି ୟୁଜର୍ସ। ଜଣେ ୟୁଜର ଲେଖିଛନ୍ତି, ବଲିଉଡର ବ୍ଲକବାଷ୍ଟର ଫିଲ୍ମ ଦଙ୍ଗଲ ଫିଲ୍ମର ଡାଇଲଗ (ମେରି ଛୋରିୟା ଛୋରୋ ସେ କମ୍ ହେ କେ)। ଆଉ କିଛି ୟୁଜର୍ସ ଏହାକୁ ବ୍ୟାଟେଲ ଅଫ୍ ପ୍ରତାପଗଡ଼ ବୋଲି ଅବିହିତ କରିଛନ୍ତି।