Advertisement

ମହିଳା ଫୁଟବଲ ଖେଳାଳିଙ୍କୁ ବାଜା ବଜାଇ ସ୍ବାଗତ

କୁଆଁରମୁଣ୍ଡା,୯।୧୧(ମହେନ୍ଦ୍ର କୁମାର ସାହୁ): ଅନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳି ପ୍ୟାରୀ ଖାଖା, ଜୁଲି କିଷାନଙ୍କ ସମେତ ଜାତୀୟ ମହିଳା ଫୁଟବଲ ଖେଳାଳି ସୋନିଆ ଏକ୍କା, ମୋନିକା ମିଞ୍ଜ, ପ୍ରଜ୍ଞା କିଷାନଙ୍କୁ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡାରେ ଗୁରୁବାର ଭବ୍ୟ ସ୍ବାଗତ କରାଯାଇଛି।

୫ କ୍ରୀଡ଼ାବିତଙ୍କୁ ଲୋକନାଥ ମନ୍ଦିର ନିକଟରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଏହା ପରେ କୁଆଁରମୁଣ୍ଡା ବ୍ୟାଙ୍କ ଅଫ ଇଣ୍ଡିଆ ମ୍ୟାନେଜର ମନୋଜ ପ୍ରଧାନ, ରାଜୁ ତିୱାରୀ, ଘନଶ୍ୟାମ ଦେବତା, କୁଆଁରମୁଣ୍ଡା ୟଙ୍ଗ ଆସୋସିଏଶନ ପକ୍ଷରୁ ସଂଯୋଜକ ଆନ୍ଥୋନି ଭେଙ୍ଗ୍ରା, କୋଚ ଶିତ ମହାକୁଡ, ରବି ପାତ୍ର, ପ୍ରମୋଦ ସୁନାନି, ଅଶ୍ୱିନୀ ପୋଥାଳ ପ୍ରମୁଖଙ୍କ ସମେତ କୁଆଁରମୁଣ୍ଡାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଲୋକନାଥ ମନ୍ଦିରରୁ ୧୪୩ ନମ୍ବର ଜାତୀୟ ରାଜପଥରେ ବାଜା ବଜାଇ ଏକ ଶୋଭାଯାତ୍ରାରେ ରାହାସ ପଡିଆସ୍ଥିତ ଜଗନ୍ନାଥ ମନ୍ଦିର ନିକଟକୁ ପାଛୋଟି ନିଆଯାଇଥିଲା।

ସେଠାରେ କୁଆଁରମୁଣ୍ଡା ନାଗରିକ କମିଟି ପକ୍ଷରୁ ଅଞ୍ଚଳର ସଫଳ କ୍ରୀଡ଼ାବିତମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କୁଆଁରମୁଣ୍ଡା ଅଞ୍ଚଳର ଖେଳାଳିଙ୍କ ସଫଳତା ବିଷୟରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କୁ ପଚରାଯିବାରୁ ସେ କହିଥିଲେ, ଭାରତୀୟ ମହିଳା ଦଳରେ କିଭଳି ଅଞ୍ଚଳରୁ ଅଧିକ ପିଲା ସ୍ଥାନ ପାଇବେ ସେନେଇ ପୁରୁଣା ଭାଟି ପଡ଼ିଆର ପୁର୍ନରୁଦ୍ଧାର କରାଯାଇ ସମସ୍ତ ପ୍ରକାରର କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସୁନ୍ଦରଗଡ ଜିଲାପାଳଙ୍କୁ ଜଣାଇଛି ବୋଲି କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share