ଓଡ଼ିଶାର ମହିଳା ବନ ଅଧିକାରୀଙ୍କୁ ମିଳିବ ଜାତିସଂଘ ପୁରସ୍କାର

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟ୍‌ ରୋକିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାର ମହିଳା ବନ ଅଧିକାରୀ ସସ୍ମିତା ଲେଙ୍କା ମିଳିତ ଜାତିସଂଘର ଏସିଆ ପରିବେଶ ଏନଫୋର୍ସମେଣ୍ଟ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ୧୭ ତାରିଖରେ ତାଙ୍କୁ ଭର୍ଚୁଆଲ୍‌ ମୋଡ୍‌ରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ସସ୍ମିତା ବର୍ତ୍ତମାନ ଆଠଗଡ଼ ଡିଏଫ୍‌ଓ ଅଛନ୍ତି। ସେ ‘ଜେଣ୍ଡର ଲିଡରଶିପ୍‌ ଆଣ୍ଡ୍‌ ଇମ୍ପାକ୍ଟ’ ବର୍ଗରେ ଏହି ପୁରସ୍କାର ଗ୍ରହଣ କରିବେ।

Share