
ନୂଆପଡ଼ା,୮ା୩ (ମକାରୁ ବେମାଲ): ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜାତୀୟ ତଥା ଘରୋଇ ବ୍ୟାଙ୍କକୁ ନେଇ ଋଣମେଳା ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୧୪ କୋଟି ୮୬ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ଜିଲାପାଳ ମଧୁସୂଦନ ଦାଶ, ନାବାର୍ଡ ଜିଲା ପରିଚାଳକ ସୁନାରାମ ମାଝୀ, ଲିଡ୍ ବ୍ୟାଙ୍କ ପରିଚାଳକ ସୀତାରାମ ମେହେର, ଜିଲା ସୂଚନା ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବିସିସିବି, ବିଓବି, ବିଓଏମ୍, ବିଓଆଇ, କାନାରା ବ୍ୟାଙ୍କ, ପିଏନ୍ବି, ଏସ୍ବିଆଇ, ୟୁକୋବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଅଧିକାରୀ ଓ ଋଣଗ୍ରହୀତା ଉପସ୍ଥିତ ଥିଲେ। ଏହି ଅବସରରେ କେସିସିଏଏଚ୍ ଯୋଜନାରେ ୫ଜଣଙ୍କ ପାଇଁ ୪ଲକ୍ଷ ଟଙ୍କା, ପିଏମ୍ଇଜିପିରେ ୧୪ଜଣଙ୍କ ପାଇଁ ୮୪ ଲକ୍ଷ ଟଙ୍କା, କେସିସିପିରେ ୮୫ଜଣ ପାଇଁ ୧୦୪.୨ ଲକ୍ଷ ଟଙ୍କା, ପିଏମ୍ଏଫ୍ଏମ୍ଇରେ ଜଣଙ୍କ ପାଇଁ ୨୪ ଲକ୍ଷ ଟଙ୍କା, ଏମ୍କେୟୁୱାଇ ୯ଜଣ ପାଇଁ ୬୯୨ ଲକ୍ଷ ଟଙ୍କା, ଏମ୍ୟୁଡିଆର୍ଏରେ ୧୧ଜଣ ପାଇଁ ୩୧ଲକ୍ଷ ଟଙ୍କା, ଏସ୍ୟୁଆଇରେ ୨ଜଣ ପାଇଁ ୯୨ ଲକ୍ଷ ଟଙ୍କା, ପିଏମ୍ଏସ୍ଏନ୍ରେ ୧୦ଜଣ ପାଇଁ ୫୦ ଲକ୍ଷ ଟଙ୍କା, ଡିଆର୍ଆଇରେ ୩ଜଣ ପାଇଁ ୦.୪୫ଲକ୍ଷ, ୩୯ଟି ଏସ୍ଏଚ୍ଜିକୁ ୨୪୭ ଲକ୍ଷ ଟଙ୍କା, ସୁରଘରରେ ୨୩ଜଣ ପାଇଁ ୩୭.୯୫ ଲକ୍ଷ ଟଙ୍କା, ଅନ୍ୟାନ୍ୟ ୧୨ଜଣଙ୍କ ପାଇଁ ୧୦୩.୧୦ ଲକ୍ଷ ଟଙ୍କା ଏପରି ୨୨୫ ହିତାଧିକାରୀଙ୍କୁ ମୋଟ ୧୪ କୋଟି ୮୬ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।