୯ ସନ୍ତାନଙ୍କୁ ଏକାସଙ୍ଗେ ଜନ୍ମଦେଲେ ମହିଳା…

ବାମାକୋ,୫।୫: ଗୋଟିଏ ନୁହେଁ ଦୁଇଟି ନୁହେଁ, ଏକାସଙ୍ଗେ ୯ଜଣ ସନ୍ତାନଙ୍କୁ ଜଣେ ମହିଳା ଜନ୍ମ ଦେଇଛନ୍ତି। ଆଫ୍ରିକାର ମାଲିରେ ଏଭଳି ଘଟିଛି। ୨୫ ବର୍ଷ ବୟସ୍କା ହଲିମା ସିସ୍ସେ୍‌ ନାମକ ମହିଳା ମରକ୍କୋର ହସ୍ପିଟାଲରେ ପ୍ରସବ କରିଥିବା ଜଣାପଡ଼ିଛି। ମା’ ଏବଂ ନବଜାତ ଶିଶୁମାନେ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଅଲ୍ଟା ସାଉଣ୍ଡ୍‌ ରିପୋର୍ଟରେ ହଲିମାଙ୍କ ଗର୍ଭରେ ୭ ସନ୍ତାନ ଥିବା ଉଲ୍ଲେଖ କରାଯାଇଥିଲା।

ତେବେ ପରବର୍ତ୍ତୀ ସମୟରେ ସେ ୯ ଜଣ ସନ୍ତାକଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ମଧ୍ୟରେ ୫ କନ୍ୟା ସନ୍ତାନ ରହିଥିବାବେଳେ ୪ ପୁତ୍ର ସନ୍ତାନ ରହିଛନ୍ତି। ପୂର୍ବରୁ ଅନ୍ୟ ଜଣେ ମହିଳା ଏକାସଙ୍ଗେ ୬ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ମରକ୍କୋ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରବକ୍ତା ରାଚିଡ୍‌ କୋଓଧାରି ଏଭଳି ଘଟଣା ଦେଶର କୌଣସି ହସ୍ପିଟାଲରେ ଘଟିଥିବା ନେଇ ତାଙ୍କ ପାଖରେ ସୂଚନା ନ ଥିବା କହିଛନ୍ତି।

Share