Advertisement
Categories: ଫୁରସତ

ଚା-କଫି ପରି ଏଠାରେ ମହିଳା ପିଅନ୍ତି ସାପ ରକ୍ତ, କାରଣ ଜାଣିଲେ ହୋସ ଉଡିବ

ସବୁଠାରୁ ଭୟଙ୍କର ଜୀବ ମଧ୍ୟରେ ସାପ ଅନ୍ୟତମ। ଯେକେହି ଏହାକୁ ଦେଖିବା ମାତ୍ରେ ଡରିଯାଇଥାନ୍ତି। ମାତ୍ର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା ରହିଛି। ଏହା ପଛରେ କାରଣ ମଧ୍ୟ ରହିଛି। ଏହି ରକ୍ତ ପିଇବା ଦ୍ୱାରା ପୁଅମାନେ ବଳବାନ ହେଉଥିବା ବେଳେ ଝିଅମାନଙ୍କ ତ୍ୱଚା ସୁନ୍ଦର ହୋଇଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ତେଣୁ ଏଠାରେ ଏହି ରକ୍ତ ବିକ୍ରି ହୋଇଥାଏ। ସକାଳେ ଓ ସନ୍ଧ୍ୟାରେ ବୁଲାବୁଲି କରିବା ସମୟରେ ଏହାକୁ ଚା’, କଫି ପରି ପିଆଯାଇଥାଏ। ଏହାର ଚାହିଦା ଦିନକୁ ଦିନ ବଢୁଥିବା ଦେଖି ଏଠାକାର ଦୋକାନୀମାନେ ଦିନକୁ ହଜାର ହଜାର ସଂଖ୍ୟାରେ ସାପ କାଟିଥାନ୍ତି। ଏହି ଦୋକାନଗୁଡିକ ସନ୍ଧ୍ୟା ୫ଟାରେ ଖୋଲୁଥିବା ବେଳେ ରାତି ୧ଟାରେ ବନ୍ଦ ହୋଇଥାଏ। ଏହି ରକ୍ତ ପିଇବାର ୩/୪ ଘଣ୍ଟା ପର୍ଯ୍ୟନ୍ତ ଚା’ କିମ୍ବା କଫି ନ ପିଇବାକୁ ପରାମର୍ଶ ଦିଆଯାଇଥାଏ। ଫଳରେ ଏହି ରକ୍ତ ଶରୀରରେ ଠିକ୍‌ ଭାବେ କାମ କରିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share