Categories: ଜାତୀୟ

ବିହାର ଭଳି ପଶ୍ଚିମବଙ୍ଗରେ ମହିଳା ସାଜିବେ ଟ୍ରମ୍ପ୍‌ କାର୍ଡ: ଶାହାଙ୍କ ଯୋଜନା

କୋଲକାତା,୨୦।୨: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଭାଜପା ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହଟାଇବା ପାଇଁ ଜୋର୍‌ ସୋର୍‌ ଉଦ୍ୟମ କରାଯାଉଛି। ବିହାର ଭଳି ପଶ୍ଚିମବଙ୍ଗରେ ମଧ୍ୟ ମହିଳା ଟ୍ରମ୍ପ୍‌ କାର୍ଡ ସାଜିବେ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ ଭାଜପା ସରକାର ଗଠନ ହେଲେ ମହିଳାଙ୍କୁ ୩୩ ପ୍ରତିଶତ ଆରକ୍ଷଣ ପ୍ରଦାନ କରାଯିବ ବୋଲି ଶାହା ଫେବୃୟାରୀ ୧୮ରେ ହୋଇଥିବା ରାଲିରେ କହିଛନ୍ତି। ଏପରି କହି ଶାହା ମହିଳା ଭୋଟରଙ୍କୁ ଆକର୍ଷିତ କରିବାର ଯୋଜନା କରୁଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଶାହାଙ୍କ ଯୋଜନା ସଫଳ ହେଲେ ରାଜ୍ୟରେ ଭାଜପା ସଫଳ ହେବାର ଆଶା ରହିବ। ସୂଚନାଯୋଗ୍ୟ, ରାଜ୍ୟରେ ଭୋଟରଙ୍କ ସଂଖ୍ୟା ୭ କୋଟି ଥିବାବେଳେ ଏହାର ୫୦ ପ୍ରତିଶତ ଅର୍ଥାତ୍‌ ସାଢ଼େ ୩ କୋଟି ମହିଳା ଭୋଟର ରହିଛନ୍ତି।

Share