Categories: ବାଣିଜ୍ୟ

Investment Scheme: ମହିଳାମାନେ ଏହି ଯୋଜନାରେ କରନ୍ତୁ ଟଙ୍କା ନିବେଶ, ହୋଇଯିବେ ମାଲାମାଲ୍‌

ଘରର ବିଭିନ୍ନ ଖର୍ଚ୍ଚ ଛଡା ମହିଳାମାନେ ପ୍ରତ୍ୟେକ ମାସରେ କିଛି ଟଙ୍କା ସଞ୍ଚୟ କରିଥା’ନ୍ତି। ପରେ କୌଣସି କାମରେ ଏହି ଟଙ୍କାକୁ ଖର୍ଚ୍ଚ କରିଥାନ୍ତି। କିନ୍ତୁ ସଞ୍ଚୟ କରିବା ଦ୍ୱାରା ଆପଣଙ୍କୁ ଏଥିରେ କୌଣସି ଅତିରିକ୍ତ ଲାଭ ମିଳି ନ ଥାଏ। ଯଦି ଆପଣ ଏହି ସଞ୍ଚୟ ଟଙ୍କାକୁ କୌଣସି ଭଲ ସ୍କିମ୍‌ରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ।

ଦେଶରେି ଦରବୃଦ୍ଧିି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ସଞ୍ଚୟ ଟଙ୍କାକୁ ବ୍ୟାଙ୍କରେ ରଖିଲେ ଆପଣ କମ୍‌ ଇନଟ୍ରେଷ୍ଟ ପାଇବେ। ଆଉ ଦରବୃଦ୍ଧି ଯୋଗୁ ଟଙ୍କାକୁ ବ୍ୟାଙ୍କରେ ସଞ୍ଚୟ କରି ରଖିବା ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ। ଏଭଳି ପରିସ୍ଥିତିରେ, ଆମେ ଗୃହିଣୀମାନଙ୍କୁ କିଛି ଭଲ ସ୍କିମ୍‌ କହିବାକୁ ଯାଉଛୁ ଯେଉଁଠାରେ ସଞ୍ଚୟ ଟଙ୍କା ନିବେଶ କଲେ ଲାଭ ପାଇପାରିବେ। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

Mahila Samman Savings Certificate Scheme:
ଏହି ଯୋଜନା ବିଶେଷ କରି ମହିଳାମାନଙ୍କ ପାଇଁ ଆରମ୍ଭ ହୋଇଛି। ଏହି ଯୋଜନାରେ କେବଳ ମହିଳାମାନେ ନିବେଶ କରିପାରିବେ। ବର୍ତ୍ତମାନ ଯଦି ଆପଣ ଏହି ଯୋଜନାରେ ନିବେଶ କରୁଛନ୍ତି ତେବେ ୭.୫ ପ୍ରତିଶତ ସୁଧ ହାର ପାଇବେ।
ଏହି ଯୋଜନାରେ ମହିଳାମାନେ କେବଳ ୨ବର୍ଷ ପାଇଁ ଟଙ୍କା ନିବେଶ କରିପାରିବେ। ପୋଷ୍ଟ ଅଫିସ୍‌ର ଏହି ଯୋଜନାରେ ଆପଣ ସର୍ବନିମ୍ନ ୧୦୦୦ ଟଙ୍କା ଏବଂ ସର୍ବାଧିକ ୨ଲକ୍ଷ ଟଙ୍କା ନିବେଶ କରିପାରିବେ।

Mutual Fund:
ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବା ଆପଣଙ୍କ ପାଇଁ ବିପଦ ସାଜିପାରେ। ଏଥିରେ ନିବେଶ ହୋଇଥିବା ଟଙ୍କା ବଜାରର ମୂଲ୍ୟ ଦ୍ୱାରା ନିିର୍ଣ୍ଣୟ କରାଯାଏ। ଦୀର୍ଘକାଳୀନ ନିବେଶ ପାଇଁ ମ୍ୟୁଚୁଆଲ ଫଣ୍ଡ ଏକ ଭଲ ବିକଳ୍ପ ।
ମହିଳାମାନେ ନିଜ ସଞ୍ଚୟ ଟଙ୍କାକୁ SIP କରି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିପାରିବେ। ଏଥିରେ ନିବେଶ କରି ମହିଳାମାନେ ଭଲ ରିଟର୍ଣ୍ଣ ପାଇପାରିବେ।

Share