ଆଫଗାନିସ୍ତାନରେ ମହିଳା ଖବରଦାତାଙ୍କୁ ମିଳୁନାହିଁ ପ୍ରେସ କନଫରେନ୍ସରେ ଯିବାକୁ ଅନୁମତି

କାବୁଲ,୧୭।୬: ଆଫଗାନିସ୍ତାନର ଶାସନ ଭାର ତାଲିବାନ ହାତକୁ ଯିବା ପରଠାରୁ ସେଠାରେ ମହିଳାଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ବେଳକୁ ବେଳେ ସେଠାରେ ମହିଳାଙ୍କୁ ନେଇ କଠୋର ଆଇନ ଲାଗୁ କରାଯାଉଛି। ଇତିମଧ୍ୟରେ ଏବେ ଆଫଗାନିସ୍ତାନରେ ମହିଳା ଖବରଦାତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଟୋଲୋ ନ୍ୟୁଜର ରିପୋର୍ଟ ଅନୁଯାୟୀ,ଏଠାରେ ତାଲିବାନ ଦ୍ୱାରା ଆୟୋଜିତ ପ୍ରେସ କନଫରେନ୍ସରେ ମହିଳା ଖବର ଦାତାଙ୍କୁ ଯିବାକୁ ଅନୁମତି ଦିଆଯାଉ ନାହିଁ।

ଟୋଲୋ ନ୍ୟୁଜ ହେଉଛି କାବୁଲରୁ ପ୍ରସାରିତ ହେଉଥିବା ଏକ ଆଫଗାନିସ୍ତାନ ନ୍ୟୁଜ ଚ୍ୟାନେଲ। ଏହା ସହ କଥା ହେବାପରେ ଆଫଗାନିସ୍ତାନର ମହିଳା ସାମ୍ବାଦିକମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ତାଲିବାନ ଦ୍ୱାରା ଆୟୋଜିତ ଖବରଦାତା ସମ୍ମିଳନୀ(ପ୍ରେସ କନଫରେନ୍ସ)ରେ ଅନେକ ଥର ଯୋଗଦେବାକୁ ଅନୁମତି ଦିଆଯାଇ ନାହିଁ। ତାଙ୍କୁ ଅନେକ ଥର ବାରଣ କରାଯାଇଛି। କେତେକ ମହିଳା ସାମ୍ବାଦିକ କହିଛନ୍ତି ଯେ ସେମାନଙ୍କୁ ସରକାରୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାକୁ ବାରଣ କରାଯାଇଥାଏ।
ଆଫଗାନିସ୍ତାନ ମହିଳା ସାମ୍ବାଦିକ ନୀଲାବ ନୁରୀ ଟୋଲୋ ନ୍ୟୁଜ ସହ ଏକ ବାର୍ତ୍ତାଳାପ ବାଦ ଦିଆଯିବା ଦୁଃଖଦାୟକ। ମୁଁ ସରକାରଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ମହିଳାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଉ ଯାହା ଦ୍ୱାରା ସେମାନେ ନିଜ ଭାଇମାନଙ୍କ ସହ କାମ କରିପାରିବେ। ଅନ୍ୟ ଜଣେ ଆଫଗାନିସ୍ତାନ ମହିଳା ଫାଟାନା ବଏତ ଟୋଲୋ ନ୍ୟୁଜକୁ କହିଛନ୍ତି ଯେ ତାଙ୍କୁ କିଛି ପ୍ରଦର୍ଶନ ଉପରେ ରିପୋର୍ଟ କରିବାକୁ ବାରଣ କରାଯାଇଥିଲା।

Share