Categories: ଜାତୀୟ

କବାଡିରେ ସ୍ବର୍ଣ୍ଣ ସହିତ ଭାରତ ହାସଲ କଲା ୧୦୦ ପଦକ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଇତିହାସ ସୃଷ୍ଟି କରିଛି। ଚାଇନା ହାଙ୍ଗଝୋରେ ଚାଲିଥିବା ଏସିଆନ ଗେମ୍ସରେ ଶନିବାର ମହିଳା କବାଡି ଦଳ ସ୍ବର୍ଣ୍ଣ ଜିତି ସହିତକୁ ୧୦୦ ତମ ପଦକ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା କବାଡି ଦଳ ତଥା ଦେଶବାସୀଙ୍କୁ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥର ଭାରତ ଏସିଆନ ଗେମ୍ସରେ ୧୦୦ପଦକ ଅତିକ୍ରମ କରିବାର ଲକ୍ଷ୍ୟ ରଖିଥିଲା। ଯାହାକୁ ସଫଳତାର ସହିତ ହାସଲ କରିଛି।

ସୋସିଆଲ ମିଡିଆ ’ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏସିଆନ ଗେମ୍ସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଲୋକମାନେ ଆନନ୍ଦିତ ଯେ, ଆମେ ୧୦୦ ପଦକ ମାଇଲଖୁଣ୍ଟରେ ପହଞ୍ଚିଛୁ। ଏହି ଅବସରରେ, ମୁଁ ଆମର ଆଥଲେଟମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ଯାହାଙ୍କ କାରଣରୁ ଭାରତକୁ ଏହି ଐତିହାସିକ ସଫଳତା ମିଳିଛି। ତାଙ୍କର ଉଜ୍ଜ୍ୱଳ ପ୍ରଦର୍ଶନ ହେତୁ ଆଜି ଆମେ ଗର୍ବିତ ଅନୁଭବ କରୁଛୁ।

Share