ଭୁବନେଶ୍ୱର,୧୦।୫ (ବ୍ୟୁରୋ):ଉପହାର ପାଇବା ଆଶାରେ ୧ଲକ୍ଷ ୨୫ହଜାର ହରାଇଛନ୍ତି ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳର ଜଣେ ମହିଳା। ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ସାଇବର ଠକ ଜଣକ ତାଙ୍କ ହ୍ବାଟ୍ସଆପ୍କୁ ଏକ ମେସେଜ ପଠାଇ ବନ୍ଧୁତା ସ୍ଥାପନ କରିଥିଲେ। ସେ ନିଜକୁ ଜଣେ ପାଇଲଟ୍ ବୋଲି ପରିଚୟ ଦେଇଥିଲେ। ପରବର୍ତ୍ତୀ ସମୟରେ ବହୁ ଲକ୍ଷ ଟଙ୍କାର ଉପହାର ଦେବାକୁ କହି ପର୍ଯ୍ୟାୟକ୍ରମେ ୧ ଲକ୍ଷ ୨୫ ହଜାର ଟଙ୍କା ଠକିନେଇଥିଲେ। ହେଲେ ପରେ କୌଣସି ଉପହାର ନ ପଠାଇ ସାଇବର ଠକ ନିଜ ହ୍ବାଟ୍ସଆପ୍ ବ୍ଲକ୍ କରିଦେଇଥିଲେ।