ରୋଗ ଯନ୍ତ୍ରଣା ସହି ନ ପାରି ଜୀବନ ହାରିଲେ ମହିଳା

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଜିଆଣି ସାହିରେ ଜଣେ ୩୫ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଉଛନ୍ତି ସଞ୍ଜୟ କୁମାର ମହାନ୍ତଙ୍କ ସ୍ତ୍ରୀ ଲକ୍ଷ୍ମୀ ମହାନ୍ତ। ବୁଧବାର ବିଳମ୍ବିତ ରାତିରେ ଘର ପକ୍ଷରୁ ଥାନାରେ ରିପୋର୍ଟ ହେବା ପରେ ଘଟଣାସ୍ଥଳରେ ଏସ୍‌ଆଇ ମନୋରମା ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଗୁରୁବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ପାଟଣା ଥାନାରେ ୧୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସୂଚନାନୁଯାୟୀ, ଘରେ କେହି ନ ଥିବା ବେଳେ ଲକ୍ଷ୍ମୀ କବାଟ ଦେଇ ପିନ୍ଧା ଶାଢ଼ିରେ ସଙ୍ଗାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଲକ୍ଷ୍ମୀ ଦୀର୍ଘଦିନରୁ ପେଟ ଯନ୍ତ୍ରଣା ଭୋଗୁଥିଲେ। ପେଟ ଯନ୍ତ୍ରଣା ସହି ନ ପାରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

Share