ଥିରୁଭାନନ୍ତପୁରମ୍,୫।୧୨ : କେରଳ ବିଧାନସଭାରେ ଏକ ନୂତନ ତଥା ଐତିହାସିକ ପଦକ୍ଷେପ ନିଆଯାଉଛି। ଗୃହ ଇତିହାସରେ ପ୍ରଥମ ଥର ପାଇଁ ବାଚସ୍ପତି ଏବଂ ଡେପୁଟି ବାଚସ୍ପତିଙ୍କ ଅନୁପସ୍ଥିତିରେ ମହିଳା ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ। ଏଥିପାଇଁ ମହିଳା ବିଧାୟକଙ୍କ ଏକ କମିଟି ଗଠନ କରାଯାଇଛି।
ବାଚସ୍ପତି ଏ.ଏନ. ଶାମଶେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ନିଆଯାଇଛି। ଏମବି ରାଜେଶଙ୍କ ସ୍ଥାନରେ ଶାମଶୋ ବାଚେସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମହିଳା ଅଧ୍ୟକ୍ଷଙ୍କ ଏକ କମିଟି ଗଠନ କରିବାକୁ ଶାମଶେର ପ୍ରସ୍ତାବ ଦେଇଥିଲେ। ଏହା ପରେ ଶାସକ ବାମପନ୍ଥୀ ୨ ଜଣ ମହିଳା ବିଧାୟକ ଏବଂ ବିରୋଧୀ ୟୁଡ଼ିଏଫ୍ ଜଣେ ମହିଳା ବିଧାୟକଙ୍କ ନାମ ପ୍ରସ୍ତାବ ଦେଇଥିଲେ।
ମହିଳା ବିଧାୟକଙ୍କ ତିନି ସଦସ୍ୟ ବିଶିଷ୍ଟ କମିଟିରେ ସିପିଆଇର ଆଶା ସି.କେ, ସିପିଆଇ (ଏମ) ର ୟୁ ପ୍ରତିଭା ଏବଂ ମାର୍କ୍ସବାଦୀ ପାର୍ଟିର କେ.କେ ରେମା ରହିଛନ୍ତି।