ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏନେଇ ଅଞ୍ଚଳର ମହିଳାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମଦ ବିକ୍ରି ବନ୍ଦ କରିବାକୁ ଏବେ ସେମାନେ ଅଣ୍ଟା ଭିଡିଛନ୍ତି। ବହଳପଦର ପଞ୍ଚାୟତ ଅଧୀନ ଗୌଡଗାଡ ଗ୍ରାମରେ ମହିଳାମାନେ ଏକତ୍ରିତ ହୋଇ ଗ୍ରାମରେ ମଦ ବିକ୍ରି ବନ୍ଦ କରିଛନ୍ତି। ଗ୍ରାମରେ ମଦ ପିଇ ଗାଳିଗୁଲଜ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହାକୁ ଦେଖି ଦୁର୍ଜନତୈଲା ପଞ୍ଚାୟତର ମାଳିଦାଦର, ଦାଦରପାଲି ଓ ବହଳପଦର ପଞ୍ଚାୟତର କେନ୍ଦୁପାଲି ଓ କୁହିଦାଦରର ମହିଳାମାନେ ଗ୍ରାମରେ ମଦ ବିକ୍ରି ବନ୍ଦ କରିଛନ୍ତି।
ଆଦିବାସୀ ବହୁଳ ଦୁର୍ଜନତୈଲା ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ଦେଶୀ ବିଦେଶୀ ମଦ ବିକ୍ରି ହେଉଥିଲା। ଏହା ସହିତ ଏହି ଅଞ୍ଚଳରେ ବେଆଇନଭାବେ ବିଦେଶୀ ଓ ଦେଶୀ ମଦ ପ୍ରସ୍ତୁତି ହେଉଥିଲା। ଏହି ମଦ ପିଇ ଅନେକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ମଦ ଯୋଗୁ ଅନେକ ପରିବାର ବେସହରା ହୋଇ ପଡିଛନ୍ତି। ଗ୍ରାମରେ ଗଣ୍ଡଗୋଳମାନ ଘଟିଛି। ଏଣୁ ମଦ ବନ୍ଦ କରିବା ପାଇଁ ମହିଳାମାନେ ଏକତ୍ରିତ ହୋଇଛନ୍ତି। ପଞ୍ଚାୟତ ଅନ୍ତର୍ଗତ କୁଞ୍ଜାପାଲି, ବରଘାଟ, ମସିଣାପାଲି, ବ୍ରାହ୍ମଣିପାଲି, ଠେଙ୍ଗୋଡ୍ୟାମ, ସାଗଯୋରୀ ଆଦି ଗ୍ରାମରେ ମଦ ବନ୍ଦ କରିବା ପାଇଁ ମହିଳାମାନେ ଉଦ୍ୟମ କରିଛନ୍ତି। ଏ ନେଇ ରବିବାର ମହିଳାମାନେ ବୀରମହାରାଜପୁର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସବୁ ଗ୍ରାମର ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀର ମହିଳା ସଦସ୍ୟ ମଦ ବିକ୍ରି ବନ୍ଦ କରିବା ପାଇଁ ବୈଠକ କରିଛନ୍ତି। ମଦ ବିକ୍ରି ଓ ପ୍ରସ୍ତୁତିକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ବୋଲି ଏସ୍‌ଏଚ୍‌ଜି ଗ୍ରୁପ ସଭାପତି ରୀନା ଭୋଇ ପ୍ରକାଶ କରିଛନ୍ତି। ରୀନା ଭୋଇ, ବିଶାଖା ପଧାନ, ଗୀତାଞ୍ଜଳି ପଧାନ, ଫଗୁନି ନାଏକ, ସୌଦାମିନୀ ବେହେରାମାଳି, ବାସନ୍ତି ଭୋଇଙ୍କ ନେତୃତ୍ୱରେ ଶତାଧିକ ମହିଳା ମଦ ବନ୍ଦ ଉଦ୍ୟମ କରୁଛନ୍ତି। ଏନେଇ ସୁବର୍ଣ୍ଣପୁର ଜିଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲଙ୍କୁ ପଚାରିବାରୁ ଆମେ ନିୟମିତ ଚଢ଼ାଉ କରୁଛୁ। ମହିଳାଙ୍କ ଏହି ଉଦ୍ୟମ ଓ ସହଯୋଗ ବଳରେ ଆମେ ଅଞ୍ଚଳରେ ମଦ ବନ୍ଦ କରିବାରେ ସମର୍ଥ ହେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର

ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri