ପାଟଣା,୧୩।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ମଲ୍ଲୀପଶି ଛକରେ ପାଣି ସମସ୍ୟାକୁ ନେଇ ଶୁକ୍ରବାର ମହିଳାମାନେ ରାଜପଥ ଅବରୋଧ କରିଛନ୍ତି। ସେମାନେ ରାସ୍ତା ଉପରେ ଗରା ବାଲ୍ଟି, ରଖି ମହିଳା ପାନୀୟ ଜଳ ଯୋଗାଣ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗ୍ରାମରେ ବସୁଧା ଯୋଜନାରେ ହୋଇଥିବା ପାଣି ଟାଙ୍କିରୁ ପାନୀୟ ଜଳ ଯୋଗାଣ ସାହିକୁ ପାଣି ଯିବା ବନ୍ଦ ହୋଇଯାଇଛି। ଫଳରେ ୧୫ ଶହରୁ ଊର୍ଦ୍ଧ୍ୱ ସମସ୍ୟା ଦେଇ ଗତି କରୁଛନ୍ତି।