ପାଣି ପାଇଁ ତାତିଲେ ମହିଳା

ଟିଟିଲାଗଡ଼, ୧୬।୯ (ଡି.ଏନ.ଏ.) – ବଲାଙ୍ଗୀର ଜିଲା ଟିଟିଲାଗଡ ସହର ୱାର୍ଡ ନମ୍ବର ୧ ସର୍ଗିଗୁଡାରେ ପାନୀୟ ଜଳ ସମସ୍ୟା ସଙ୍ଗୀନ ରୂପ ନେଇଛି। ବିଭିନ୍ନ ସମୟରେ ଓ୍ବାର୍ଡବାସୀ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ସାତ ଦିନରେ ଥରେ ଏଠାରେ ପାନୀୟ ଜଳ ଯୋଗାଣ ହେଉଛି। ଏହାର ପ୍ରତିବାଦ କରି ମଙ୍ଗଳବାର ଓ୍ବାର୍ଡର ବାସୀନ୍ଦାମାନେ ଟିଟିଲାଗଡ-ବଲାଙ୍ଗୀର ରାସ୍ତାକୁ ଅବରୋଧ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ବିଭାୟୀୟ ନିଷ୍କ୍ରିୟତା ଯୋଗୁ କେତେକ ଲୋକେ ପିଏଚଡିରୁ ଏକାଧିକ ସଂଯୋଗ ନେଇ ଅଥବା ଚୋରାରେ ମୋଟର ଖଞ୍ଜି ନିଜ ଘରେ ଭଡା ରହୁଥିବା ଲୋକଙ୍କୁ ପାଣି ଯୋଗାଉଛନ୍ତି। ହେଲେ ଷ୍ଟାଣ୍ଡପୋଷ୍ଟ ଉପରେ ନିର୍ଭର କରୁଥିବା ଲୋକଙ୍କୁ ପାଣି ଟୋପାଏ ମିଳୁନାହିଁ ବୋଲି ପଡାର ତ୍ରିବେଣୀ ନାଗ, ନୀଳିମା ସାହୁ, ନୀର ନେତାମ, ମାନସୀ ସାହୁ, ଜ୍ୟୋତି କୁମ୍ଭାର, ଛାୟା ବାଗ, ରାନୁ ସେନାପତି, କଲ୍ପନା ହରପାଲ, ମୁକ୍ତା ନନ୍ଦ, ମାନସୀ ସାହୁ, ଶାନ୍ତି ସରାଫ, ପିଙ୍କି ନାଗ ପ୍ରମୁଖ ମହିଳା ଅଭିଯୋଗ କରିଛନ୍ତି। ପଡାରେ ପାନୀୟ ଜଳ ସୁବ୍ୟସ୍ଥିତ କରିବା ପାଇଁ ପୌର ନିର୍ବାହୀ ଅଧିକାରୀ, ପିଏଚଡି ଯନ୍ତ୍ରୀ, ଉପଜିଲାପାଳ, ଜିଲାପାଳଙ୍କ ପାଖକୁ ଧାଇଁଲା ପରେ ମଧ୍ୟେ କେହି ଶୁଣୁ ନାହାନ୍ତି। ଘଟଣାସ୍ଥଳରେ ତହସିଲଦାର ଆନନ୍ଦ ପଣ୍ଡା ପହଞ୍ଚି ି ପିଏଚଡି ଯନ୍ତ୍ରୀମାନଙ୍କୁ କରୋନା ହୋଇଥିବା କହି ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏଥିରୁ କୌଣସି ସୁଫଳ ମିଳି ନ ଥିଲା। ତହସିଲଦାର ନିଜେ ଆମ ଘରକୁ ପାଣି ଅଛିକି ନାହିଁ ତାହାର ପ୍ରତ୍ୟକ୍ଷ ତଦନ୍ତ କରନ୍ତୁ ବୋଲି ଆନ୍ଦୋଳନକାରୀ କହିଥିଲେ।

Share