ପୋଲିସ ନିଷ୍ଠୁରତା ବିରୋଧରେ ମହିଳାଙ୍କ ବିକ୍ଷୋଭ

ଲାଗୋସ୍‌, ୨୦ା୧୦: ନାଇଜେରିଆର ଲାଗୋସ୍‌ଠାରେ ପୋଲିସ ନିଷ୍ଠୁରତା ବିରୋଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି। ସହସ୍ରାଧିକ ମହିଳା ଦେଶର ବିଭିନ୍ନ ସହରରେ ଏଭଳି ବିକ୍ଷୋଭ ଲାଗି ସଙ୍ଗଠିତ ହୋଇଛନ୍ତି। ଅକ୍ଟୋବର ୮ରୁ ସେମାନେ ଫେଡେରାଲ ସ୍ପେଶାଲ ଆଣ୍ଟି ରବ୍‌ରି ସ୍କ୍ବାଡ୍‌ ବଦନାମ ପୋଲିସ ଗୋଷ୍ଠୀ ବିରୋଧରେ ସ୍ବର ଉଠାଇ ଆସୁଛନ୍ତି। ପୋଲିସ ସେମାନଙ୍କୁ ବଳାତ୍କାରକରିବା, ନିର୍ଯାତନା ଦେବା, ବିଭିନ୍ନ ମାମଲାର ଫସାଇ ମାରିଦେବା ଭଳି କାମ କରିଆସୁଥିବାରୁ ଏଭଳି ଅସନ୍ତୋଷ ବଢ଼ିବାରେ ଲାଗିଛି। ଗିରଫ ବିକ୍ଷୋଭକାରୀଙ୍କୁ ଛାଡ଼ିବା, ମୃତ ବ୍ୟକ୍ତିଙ୍କ ପରିବାରକୁ ନ୍ୟାୟ ସହ କ୍ଷତିପୂରଣ ଦେବା, ଲିଙ୍ଗଗତ ସମାନତା ଯୋଗାଇବା, ପୋଲିସର ଏଭଳି କାର୍ଯ୍ୟ ନେଇ ନିରପେକ୍ଷ ତଦନ୍ତ କରାଯିବା ଲାଗି ବିକ୍ଷୋଭକାରୀ ମହିଳାମାନେ ଦାବି କରିଛନ୍ତି।

Share