ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେଇ ରେକର୍ଡ କରିଥିଲେ ମହିଳା

ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେବାରେ ରୁଷିଆର ଜଣେ ମହିଳାଙ୍କ ନାଁରେ ରେକର୍ଡ ରହିଛି। ରୁଷିଆର ଜଣେ କୃଷକ ଫିଡୋର ଭାସିଲିଭଙ୍କ ପ୍ରଥମ ସ୍ତ୍ରୀ ରେକର୍ଡ ସଂଖ୍ୟକ ୬୯ ସନ୍ତାନ ଜନ୍ମ ଦେଇଥିଲେ। ସେ ୧୬ ଯମଜ ସନ୍ତାନ, ୭ଥର ଏକସଙ୍ଗେ ୩ ସନ୍ତାନ ଏବଂ ୪ଥର ଏକସଙ୍ଗେ ୪ ସନ୍ତାନ ଜନ୍ମ ଦେଇଥିଲେ।
ଜଣେ ମହିଳାଙ୍କ ଏତେ ସନ୍ତାନ ଜନ୍ମ କରିବାର କାହାଣୀ ଟିକେ ଅସମ୍ଭବ ମନେହୁଏ। କିନ୍ତୁ ୨୭ ଫେବୃଆରୀ ୧୭୮୨ରେ ମସ୍କୋକୁ ନିକୋଲସ୍କର ମଠ ଦ୍ୱାରା ଏହି ସୂଚନା ଦିଆଯାଇଥିଲା। ଜେଣ୍ଟଲମ୍ୟାନ ମାଗାଜିନ, ଅଗଷ୍ଟ ୧୩, ୧୭୮୨ର ଏକ ମୂଳ ଚିଠିକୁ ଦର୍ଶାଇ କହିଛି ଯେ, ସେହି ସମୟରେ ଫିଡୋର ଭାସିଲିଭଙ୍କୁ ୭୫ ବର୍ଷ ହୋଇଥିଲା।
ଫିଡୋର ଭାସିଲିଏଭଙ୍କ ଦ୍ୱିତୀୟ ସ୍ତ୍ରୀ ୬ଥର ଯମଜ ସନ୍ତାନ ଜନ୍ମ ଦେଇଥିଲେ। ଏହା ବ୍ୟତୀତ ସେ ଦୁଇଥର ତିନି ସନ୍ତାନ ଜନ୍ମ ଦେଇଥିଲେ। ମୋଟ ଉପରେ, ଦ୍ୱିତୀୟ ସ୍ତ୍ରୀ ୮ ଥର ଗର୍ଭବତୀ ହୋଇଥିଲେ ଏବଂ ୧୮ଟି ସନ୍ତାନ ଜନ୍ମ ଦେଇଥିଲେ।
ସୂଚନାନୁସାରେ, ଉଭୟ ସ୍ତ୍ରୀଙ୍କଠାରୁ ମୋଟ ୮୭ ପିଲା ଜନ୍ମ ହୋଇଥିଲେ। ସେଥିମଧ୍ୟରୁ ୮୪ ଜଣ ଜୀବିତ ଥିବାବେଳେ ତିନି ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି।

Share