Categories: ଜାତୀୟ

ଲୋକ ସଭାରେ ଆଜି ଆଗତ ହେବ ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୯।୯: ଆଜି ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହେବ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ ଗୃହରେ ଉପସ୍ଥାପନ କରିବେ। ଆସନ୍ତାକାଲି ଅର୍ଥାତ୍‌ ୨୦ ସେପ୍ଟେମ୍ବରରେ ଲୋକ ସଭାରେ ଆଲୋଚନା ପରେ ଏହି ବିଲ୍‌ ପାରିତ ହୋଇପାରେ। ସେପ୍ଟେମ୍ବର ୨୧ରେ ରାଜ୍ୟ ସଭାରେ ଏହି ବିଲ୍‌ ଆଗତ ହେବ।

ସୂଚନାଯୋଗ୍ୟ, ଲୋକ ସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବା ସଂକ୍ରାନ୍ତ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ସୋମବାର ରାତିରେ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ୯୦ ମିନିଟ୍‌ ଆଲୋଚନା ପରେ ଏହି ବହୁ ପ୍ରତୀକ୍ଷିତ ବିଧେୟକକୁ ଅନୁମୋଦନ କରାଯାଇଥିତ୍ବା କୁହାଯାଉଛି।

Share