ଋଣ ଟଙ୍କା ଉଠାଇ ଫେରାର ଥିଲେ, ଏବେ ଜେଲ୍‌ ଗଲେ ମହିଳା ଲୁଟେରା

ଦେବଗଡ଼,୩ା୬(ଡି.ଏନ୍‌.ଏ.): ଗରିବ ଲୋକଙ୍କ ଆଧାର କାର୍ଡ ଓ ପାସବୁକ୍‌କୁ ବ୍ୟବହାର କରି ଋଣ ଉଠାଇ ଆତ୍ମସାତ କରି ଦୀର୍ଘଦିନ ଧରି ଫେରାର ଥିବା ମହିଳାଙ୍କୁ ଶନିବାର ଦେବଗଡ଼ ଥାନା ପୋଲିସ ଗିରଫ କରିଛି। ଗିରଫ ମହିଳା ଜଣକ ହେଲେ ବାରକୋଟ ଥାନା ଅନ୍ତର୍ଗତ ମଧ୍ୟପୁର ଗ୍ରାମର ଯାଜ୍ଞସେନୀ ଧଳ। ଅଭିଯୁକ୍ତ ବିରୋଧରେ ଦେବଗଡ଼ ଥାନା ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବାରକୋଟ ଥାନା ମଧ୍ୟପୁର ଗ୍ରାମର ସୁଶାନ୍ତ ଧଳଙ୍କ ସ୍ତ୍ରୀ ଯାଜ୍ଞସେନୀ ୨୦୨୨ ମସିହାରୁ ବିଭିନ୍ନ ସମୟରେ ଗ୍ରାମର ଗରିବ ପରିବାରର ପ୍ରାୟ ୩୪ ଜଣ ମହିଳାଙ୍କୁ ମାଗଣାରେ ୫ ହଜାର ଟଙ୍କା ସହାୟତା ଯୋଗାଇବାର ପ୍ରଲୋଭନ ଦେଖାଇ ସେମାନଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ଓ ଦସ୍ତଖତ ସଂଗ୍ରହ କରି ଭାରତ ଫାଇନାନ୍ସ, ଅନ୍ନପୂର୍ଣ୍ଣା ଫାଇନାନ୍ସ ଭଳି ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ପ୍ରାୟ ୨୭ ଲକ୍ଷ ଟଙ୍କା ଋଣ ଉଠାଇ ଆତ୍ମସାତ କରିଥିଲେ। କିଛିଦିନ ପରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ଋଣ ଅସୁଲି ପାଇଁ ଲୋକଙ୍କ ଘରକୁ ଆସିବାରୁ ମହିଳାମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଯାଜ୍ଞସେନୀ ସେମାନଙ୍କୁ ଠକିଥିବା ଜାଣି ତାଙ୍କୁ ଘଟଣା ସମ୍ପର୍କରେ ପଚାରିବାକୁ ଯାଇଥିଲେ। ଭାରତ ଫାଇନାନ୍ସର କର୍ମଚାରୀ ଜୟ ପ୍ରକାଶ ପ୍ରଧାନଙ୍କ ସହ ମିଶି ଯାଜ୍ଞସେନୀ ଠକେଇ ଶିକାର ମହିଳାଙ୍କୁ ହତ୍ୟା ଧମକ ଦେଇ ଦେଇଥିଲେ। ଏନେଇ ଗତ ମେ’ ୪ ତାରିଖରେ ଠକେଇର ଶିକାର ମହିଳାମାନେ ଦେବଗଡ଼ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ସେହିଦିନଠାରୁ ଯାଜ୍ଞସେନୀ ଫେରାର ଥିବାବେଳେ ସେ ନିଜ ବାପ ଘର ଦଣ୍ଡାସିଙ୍ଗାରେ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଦେବଗଡ଼ ଥାନା ପୋଲିସ ସେଠାରେ ଚଢ଼ାଉ କରି ଯାଜ୍ଞସେନୀକୁ ଗିରଫ କରିଥିଲା। ସେହିପରି ଆଜି ଅଭିଯୁକ୍ତ ମହିଳାଙ୍କୁ ଦେବଗଡ଼ ଥାନା ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ସହଯୋଗୀ ଜୟପ୍ରକାଶ ଏବେ ମଧ୍ୟ ଫେରାର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳକୁ ବିରୋଧ:କୋଶଲ ସଂଗ୍ରାମୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼, ୧।୪(ପ୍ରେମାନନ୍ଦ ଖମାରୀ): ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ଧୂମଧାମରେ ପାଳନ କରାଯାଉଛି। ତେବେ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ କୋଶଲ ସଂଗଠନ...

UAN ନମ୍ବର ବିନା ବି ଜାଣିପାରିବେ ପିଏଫ୍‌ ଆକାଉଣ୍ଟର ବାଲାନ୍ସ

ନୂଆଦିଲ୍ଲୀ,୧।୪: ଭାରତରେ ଯେତେ ବି ଲୋକ କିଛି ନା କିଛି ସଂସ୍ଥାରେ କାମ କରୁଛନ୍ତି ସମସ୍ତଙ୍କର ଏକ ପିଏଫ ଆକାଉଣ୍ଟ ଅଛି। କର୍ମଚାରୀଙ୍କ ଦରମାର ୧୨%...

ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ୧୪ ଦିନ ରାଜ୍ୟବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧ା୪: ଆଜି ଓଡ଼ିଶା ଦିବସ ବା ଉତ୍କଳ ଦିବସ ରାଜ୍ୟରେ ବହୁ ଉତ୍ସାହର ସହିତ ସମଗ୍ର ରାଜ୍ୟରେ ପାଳନ କରାଯାଉଛି। ୧୯୩୬ ମସିହାରେ ଏହି...

ଅନ୍ତ୍ୟୋଦୟ ଗୃହ ଯୋଜନା ଗରିବଙ୍କ ଭରସା: ହିତାଧିକାରୀ ପିଛା ମିଳିବ ୧.୨୦ଲକ୍ଷ ଟଙ୍କା

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗୋରୁ ମାର୍କେଟ୍‌ ପରିସରରେ ରବିବାର ଜିଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଏମ୍‌ପି ପ୍ରଦୀପ...

ଅଜ୍ଞାନତା ଦୁଃଖର କାରଣ

ଶିକ୍ଷା ମଣିଷକୁ ପଶୁତ୍ୱରୁ ମାନବତ୍ୱକୁ ଉନ୍ନୀତ କରେ। ଆମେରିକାର ଦାର୍ଶନିକ ଜନ୍‌ ଡୁୱେ କହିଲେ, ”ଶିକ୍ଷା ଜୀବନର ପ୍ରସ୍ତୁତି ନୁହେଁ, ଶିକ୍ଷା ହେଉଛି ଜୀବନ।“ ଶିକ୍ଷାର...

ମହାକାଶରୁ କେମିତି ଦେଖାଯାଉଥିଲା ଭାରତ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ସୁନିତା ଯାହା ଏବେ ହେଉଛି ଭାଇରଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ ୨୦୨୫ରେ ସ୍ପେସଏକ୍ସ ଡ୍ରାଗନ ମହାକାଶଯାନ ଯୋଗେ ପୃଥିବୀକୁ ଫେରି ଆସିଥିଲେ। ସେ ଏବଂ ତାଙ୍କ...

ଜନଜାତିଙ୍କ କାମରେ ଆସୁନି ହାଟ: କାମ କରି ଠିକାଦାର ମାଲାମାଲ

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ):ଏକ ଦଶନ୍ଧିରୁ ଅଧିକା ଦିନ ବିତିଲା, ହେଲେ ଜନଜାତିଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଜନଜାତି ହାଟଟି ଆଜି ପର୍ଯ୍ୟନ୍ତ କାହା କାର୍ଯ୍ୟରେ ଲାଗିପାରି...

ପ୍ରବଚନ ଦେବାବେଳେ ଟଳିପଡ଼ିଲେ ପ୍ରବଚକ

ଭଦ୍ରକ,୧।୪/ସାବରଙ୍ଗ,୧।୪(ସନାତନ ରାଉତ/କାଳିପଦ ରାୟ): ଶ୍ରୀରାମ ନବମୀ ଉପଲକ୍ଷେ ନବରାତ୍ର ପାରାୟଣ ଚାଲିଥିଲା। ଏହି ଉପଲକ୍ଷେ ରାମଚରିତ ମାନସ ଉପରେ ପ୍ରବଚନ ଦେଉଥିବା ପ୍ରବଚକ ହଠାତ ଟଳିପଡିଥିଲେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image