ମହିଳାମାନେ ଏହି ଯୋଜନାରେ ମାସକୁ ୧୦୦୦ଟଙ୍କା କରନ୍ତୁ ନିବେଶ, ମିଳିବ ମୋଟା ଅଙ୍କର ରୋଜଗାର, ପୋଷ୍ଟଅଫିସର ଏହି ସ୍କିମ୍‌…

ନୂଆଦିଲ୍ଲୀ,୩୦।୧:ସରକାର ମହିଳା ସମ୍ମାନ ଯୋଜନା ପ୍ରଚଳନ କରିଥିଲେ, ଯାହା ମହିଳାଙ୍କ ପାଇଁ ଏକକାଳୀନ କ୍ଷୁଦ୍ର ସଞ୍ଚୟ ଯୋଜନା। ଏହି ଯୋଜନା ମହିଳାମାନଙ୍କ ପାଇଁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ। “ଆଜାଦୀ କା ଅମୃତ ମହୋତ୍ସବ”ର ଅଂଶ ଭାବରେ ଏହି ଯୋଜନା ୨୦୨୩-୨୪ କେନ୍ଦ୍ରୀୟ ବଜେଟରେ ଘୋଷଣା କରାଯାଇଥିଲା। ତାହା ମଧ୍ୟ କେବଳ ଦୁଇ ବର୍ଷ ପାଇଁ। କିନ୍ତୁ ଚଳିତ ବଜେଟରେ ଏନେଇ କିଛି ବଡ଼ ଘୋଷଣା ହୋଇପାରେ ବୋଲି କୁହାଯାଉଛି।

ବିଶେଷଜ୍ଞଙ୍କ ମତରେ, ୨୦୨୩ ବଜେଟରେ ସୀମିତ ଅବଧି ନିବେଶ ସୁଯୋଗ ଭାବରେ ପ୍ରଚଳିତ ମହିଳା ସମ୍ମାନ ସଞ୍ଚୟ ଯୋଜନା, ମହିଳାମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଯୋଜନା ୭.୫ ପ୍ରତିଶତ ରିଟର୍ନ ଦେଉଛି। ଏହି ଯୋଜନା ଟିକସ ଲାଭ ପ୍ରଦାନ କରେ ନାହିଁ। ଏହା ସହିତ, ଏହି ଯୋଜନାରେ ସର୍ବାଧିକ ୨ ଲକ୍ଷ ଟଙ୍କା ନିବେଶ କରାଯାଇପାରିବ। ଏହି ବଜେଟ ମୁଖ୍ୟତଃ ନିମ୍ନ ଆୟ ଗୋଷ୍ଠୀର ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

କହିରଖୁଛୁ କି, ଏହି ଯୋଜନା ୩୧ ମାର୍ଚ୍ଚ, ୨୦୨୫ ରେ ଶେଷ ହେବାକୁ ଯାଉଛି। ଯଦି ଏହି ଯୋଜନାକୁ ଆଗାମୀ ବର୍ଷଗୁଡ଼ିକ ପାଇଁ ବୃଦ୍ଧି କରାଯାଏ, ତେବେ ଏହା ମହିଳାଙ୍କ ଆର୍ଥିକ ସ୍ବାଧୀନତାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହେବ। ସରକାର ମହିଳା-କୈନ୍ଦ୍ରିକ ଆର୍ଥିକ ନୀତି ଉପରେ ଯେଉଁଭଳି ଧ୍ୟାନ ଦେଉଛନ୍ତି। ଏଥିରୁ ସ୍ପଷ୍ଟ ଯେ ଏହି ଯୋଜନାକୁ ଆହୁରି ବିସ୍ତାର କରାଯାଇପାରିବ।

ଏହି ଯୋଜନାରେ ସର୍ବନିମ୍ନ ନିବେଶ ୧୦୦୦ ଟଙ୍କା। ଏହି ଆକାଉଣ୍ଟରେ ସର୍ବାଧିକ ୨ ଲକ୍ଷ ଟଙ୍କା ନିବେଶ କରାଯାଇପାରିବ। ଏହି ଯୋଜନା ଅନୁଯାୟୀ, ନିବେଶକଙ୍କୁ ପ୍ରତିବର୍ଷ ୭.୫ ପ୍ରତିଶତ ରିଟର୍ଣ୍ଣ ମିଳିଥାଏ। ଯାହାକୁ ତ୍ରୈମାସିକ ଭାବରେ ଆଡଜଷ୍ଟ କରାଯାଏ ଏବଂ ବନ୍ଦ ହେବା ସମୟରେ ଦେୟ ସହିତ ଆକାଉଣ୍ଟରେ ଜମା କରାଯାଏ। ଯଦି ନିୟମ ଉଲ୍ଲଂଘନ କରି ଆକାଉଣ୍ଟ ଖୋଲାଯାଏ କିମ୍ବା ଜମା କରାଯାଏ, ତେବେ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ହାରରେ ଏଥିରେ ସୁଧ ଦିଆଯିବ।

ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେଲେ କିମ୍ବା ଆକାଉଣ୍ଟଧାରୀଙ୍କ ଜୀବନ ପ୍ରତି ବିପଦ କିମ୍ବା ଅଭିଭାବକଙ୍କ ମୃତ୍ୟୁ ଭଳି ଅତ୍ୟନ୍ତ ଅନୁକମ୍ପାମୂଳକ କାରଣରୁ, ପ୍ରାସଙ୍ଗିକ ଡକ୍ୟୁମେଣ୍ଟ ଦାଖଲ କରିବା ପରେ ଆକାଉଣ୍ଟକୁ ଅକାଳ ବନ୍ଦ କରାଯାଇପାରିବ।

 

Share