Categories: ଜାତୀୟ

୧୨ ଘଣ୍ଟା ଧରି ୧୦ କି.ମି. ନଦୀରେ ପହଁରୁଥିଲେ ମହିଳା, ଲୋକେ ଭାବିଲେ ମୃତ, ପରେ ଯାହା ଦେଖିଲେ ହେଲେ ଆଶ୍ଚର୍ଯ୍ୟ

ଗଙ୍ଗା ନଦୀରେ ମତ୍ସ୍ୟଜୀବୀମାନେ ଜଣେ ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ବରଫ ଭଳି ଥଣ୍ଡା ପାଣିରେ ମହିଳା ଜଣକ ୧୨ ଘଣ୍ଟାଧରି ପହଁରୁଥିଲେ। ଯାହାକୁ ଦେଖି ମତ୍ସ୍ୟଜୀବୀ ମାନେ ତାଙ୍କୁ ମୃତ ବୋଲି ଭାବି ଥିଲେ। ମାତ୍ର ୧୦ କିଲୋମିଟର ଦୂରକୁ ପଳାଇ ଯାଇଥିବା ମହିଳାଙ୍କୁ ସେମାନେ ଯେତେବେଳେ ଉଦ୍ଧାର କଲେ ସେ ଜୀବିତ ଥିବା ଜାଣିପାରିଥିଲେ।

ମହିଳାଙ୍କ ନାମ ଅନୀତା ଦେବୀ। ରାଘୋପୁର ଡିଆରାରୁ ଆସିଥିବା ଅନୀତା ସାରେ ଗଙ୍ଗା ନଦୀ ଉପର ପିପା ବ୍ରିଜ ଦେଇ ଯାଉଥିଲେ। ମୁଣ୍ଡ ବୁଲାଇବା କାରଣରୁ ସେ ଅଟୋରୁ ଓହ୍ଲାଇ ବ୍ରିଜ ଉପରେ ବସିଥିଲେ। ପାଦ ଖସିଯିବାରୁ ନଦୀରେ ପଡ଼ିଯାଇଥିଲେ। ଅନୀତା ରାତିସାରା ନଦୀରେ ଥିଲେ।

ସକାଳେ ପିପା ବ୍ରିଜଠାରୁ ପ୍ରାୟ ୧୦ କିଲୋମିଟର ଦୂରରୁ ମତ୍ସ୍ୟଜୀବୀ ଅନୀତାଙ୍କୁ ଦେଖି ଉଦ୍ଧାର କରିଥିଲେ। ମାତ୍ର ସେତେବେଳେ ସେ ତାଙ୍କୁ ଜୀବିତ ବୋଲି ଭାବି ନ ଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

Share