ପ୍ୟାରିସ,୩୦।୧: ଦୁନିଆର ସବୁଠାରୁ ଲୋକପ୍ରିୟ ପେଣ୍ଟିଂ ଲିଓନାର୍ଡ ଦା ଭିନସିଙ୍କ ମୋନାଲିସା ସବୁଠି ପରିଚିତ। ଏହି ପେଣ୍ଟିଂ ପ୍ୟାରିସର ମ୍ୟୁଜିୟମରେ କଡା ସୁରକ୍ଷା ବଳୟରେ ରହିଛି। କିନ୍ତୁ ନିକଟରେ କିଛି ମହିଳା ଏହି ପେଣ୍ଟିଂ ଉପରେ ସୁପ୍ ପକାଇ ଦେଇଥିଲେ। ଯାହାକୁ ନେଇ ମ୍ୟୁଜିୟମରେ ହଇଚଇ ସୃଷ୍ଟି ହୋଇଥିଲା।
କହିରଖୁଛୁ କି, ଫ୍ରାନ୍ସର କିଛି ପ୍ରଦର୍ଶନକାରୀ ପୋଷକ ଭୋଜନ ଦାବିରେ ବିରୋଧ ପ୍ରଦର୍ଶନ କରୁଥିଲେ। କାରଣ ଫ୍ରାନ୍ସରେ ଏବେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏହି ସମୟରେ ସେମାନେ ମ୍ୟୁଜିୟମ ଭିତରେ ପଶି ପେଣ୍ଟିଂ ଉପରେ ସୁପ୍ ଫିଙ୍ଗିିଥିଲେ। କିନ୍ତୁ ପେଣ୍ଟିଂର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି। କାରଣ ପେଣ୍ଟିଂ ବୁଲେଟ୍ ଫ୍ରୁଫ୍ ଗ୍ଲାସ ଭିତରେ ରହିଛି। ଏହା ପୂର୍ବରୁ କିଛିଜଣ ପେଣ୍ଟିଂରେ କେକ୍ ପକାଇ ଦେଇଥିଲେ। ଯାହାପରେ ଏହି ଚିତ୍ରକଳାର ସୁରକ୍ଷା ଦାୟିତ୍ୱ ବଢାଇ ଦିଆଯାଇଥିଲା।