Categories: ଜାତୀୟ

ବଳାତ୍କାରୀଙ୍କୁ ଗଛରେ ବାନ୍ଧି ପିଟି ପିଟି ମାରିଦେଲେ ମହିଳା

ଅଗ୍ରତାଲା,୧୭।୩: ଏକ ମହିଳା ଗୋଷ୍ଠୀ ଜଣେ ୪୬ ବର୍ଷୀୟ ବଳାତ୍କାର ଅଭିଯୁକ୍ତଙ୍କୁ ଗଛରେ ବାନ୍ଧି ପିଟି ପିଟି ହତ୍ୟା କରିଛନ୍ତି। ଏଭଳି ଘଟଣା ବୁଧବାର ତ୍ରିପୁରାର ଧଲାଇ ଜିଲରେ ଗାଣ୍ଡାଚେରା ଅଞ୍ଚଳରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମୃତକ ହେଲେ ଏକ ହତ୍ୟା ମାମଲାରେ ୮ ବର୍ଷର ସଶ୍ରମ କାରାଦଣ୍ଡ ଭୋଗୀ। ଅଭିଯୋଗ ଅନୁଯାୟୀ, ଏକ ଧାର୍ମିକ କାର୍ଯ୍ୟକ୍ରମକୁ ମା’ଙ୍କ ସହ ଆସିଥିବା ଜଣେ ୫ ବର୍ଷୀୟା ଶିଶୁକୁ ପାଖ ଜଙ୍ଗଲକୁ ନେଇ ବଳାତ୍କାର କରିବା ପରେ ଘଟଣାସ୍ଥଳରେ ପୀଡ଼ିତାଙ୍କୁ ଛାଡ଼ି ପଳାଇଥିଲେ। ଝିଅର କାନ୍ଦ ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୀଡ଼ିତାଙ୍କୁ ଅନ୍ତିମ ଥର ହତ୍ୟାକାରୀଙ୍କ ସହ ଦେଖିଯାଇଥିବା ସେମାନେ ଅଭିଯୋଗ କରିଥିଲେ। ତାଙ୍କୁ ଗିରଫ କରିବା ଦାବିରେ ସେମାନେ ଅବରଧ କରିଥିଲେ ଗାଣ୍ଡାଚେରା-ଅମରପୁର ହାଇଓ୍ବେ।

କିନ୍ତୁ ଅଭିଯୁକ୍ତଙ୍କୁ ବୁଧବାର ସକାଳେ ପାଖ ଗ୍ରାମରେ ଧରି ଦେଇଥିଲା ଏକ ମହିଳା ଗୋଷ୍ଠୀ। ତାଙ୍କୁ ଏକ ଗଛରେ ବାନ୍ଧି ମାଡ଼ ମାରିଥିଲେ। ଘଟଣାର ଭାଇରାଲ ଭିଡିଓରେ ମହିଳାମାନେ ଅଭିଯୁକ୍ତଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଅଭିଯୁକ୍ତଙ୍କୁ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ପୋଲିସ ପକ୍ଷରୁ ଉଭୟ ଘଟଣାର ଏବେ ତଦନ୍ତ ଚାଲିଛି।

Share