ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ, ୧୦୦ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୬: ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ଯୋଜନା ନିଶ୍ଚୟ ମିଳିବ। ଏନେଇ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ । ସରକାରଙ୍କୁ ସହଯୋଗ କରନ୍ତୁ । ଡ୍ରାଫ୍ଟିଙ୍ଗ ଷ୍ଟେଜରେ ଅଛି ସୁଭଦ୍ରା ଯୋଜନା । ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ନିଶ୍ଚୟ ମିଳିବ। ଯାହା ଭାଜପା ସଂକଳ୍ପ ପତ୍ରରେ ଥିଲା, କ୍ୟାବିନେଟ ଏହାକୁ ସ୍ବୀକୃତି ଦେଇଛି । ତେଣୁ ଏହାର ପ୍ରକିୟାକୁ ଯଥାଶୀଘ୍ର ଶେଷ କରାଯାଇ ମହିଳାଙ୍କ ପାଖରେ ପହଞ୍ଚାଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି।

ଏହାଛଡ଼ା ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ଯୋଜନାକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ଲାଗି ପ୍ରସ୍ତୁତ ରହିଛି। ଏହି ଯୋଜନା ଲାଗି ଆବଶ୍ୟକୀୟ ବଜେଟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ସେ ମଧ୍ୟ କହିଛନ୍ତି।