Categories: ଜାତୀୟ

ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ପ୍ରଫେସରଙ୍କୁ ୧୦ ଲକ୍ଷ ଟଙ୍କା ମାଗିଲେ ମହିଳା, ଆଉ ତା’ ପରେ…

ଲକ୍ଷ୍ନୌ,୨୦।୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ମହିଳା ଜଣେ ପ୍ରଫେସରଙ୍କୁ ବ୍ଲାକମେଲ କରି ୧୦ ଲକ୍ଷ ଟଙ୍କା ମାଗିବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ମହିଳା ଜଣକ ତାଙ୍କର ଦୁଇ ବନ୍ଧୁଙ୍କ ସହ ମିଶି ପ୍ରଫେସରଙ୍କୁ ଲୁଟିଛନ୍ତି। ପ୍ରଫେସର ଏନେଇ ପୋଲିସରେ ମାମଲା ଦାୟର କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

ସୂଚନାନୁଯାୟୀ, ପ୍ରଫେସରଙ୍କ ନିକଟକୁ ଜଣେ ଅଜଣା ମହିଳାଙ୍କ କଲ୍‌ ଆସିଥିଲା। ପ୍ରଫେସର ତାଙ୍କ ସହିତ କଥା ହେବା ପରେ ଏହି ସମ୍ପର୍କ ଆଗକୁ ବଢ଼ିଥିଲା। ପ୍ରତିଦିନ ପ୍ରଫେସରଙ୍କ ନିକଟକୁ ମହିଳାଙ୍କ କଲ ଆସୁଥିଲା ସେ ବି କଥା ହେଉଥିଲେ। ଦିନେ ମହିଳା ତାଙ୍କ ପିଲାର ଦେହ ଖରାପ ଥିବା କହି ପ୍ରଫେସରଙ୍କୁ ଘରକୁ ଡାକିଥିଲେ। ପ୍ରଫେସର ତାଙ୍କ ଘରେ ପହଞ୍ଚିବା ପରେ ସେଠାରେ ଦୁଇଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଏହା ପରେ ତାଙ୍କୁ ଘେରିଯାଇ ପୋଷାକ ଖୋଲିବାକୁ କହିଥିଲେ। ମହିଳା ଜଣକ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ପ୍ରଫେସରଙ୍କୁ ୧୦ ଲକ୍ଷ ଟଙ୍କା ନ ଦେଲେ ଏହାକୁ ଭାଇରାଲ କରିଦେବେ ବୋଲି ଧମକାଇଥିଲେ। ଖାଲି ଏତିକି ନୁହେଁ, ନିଜକୁ ଜଣେ ସାମ୍ବାଦିକ କହିବା ସହ ଏହି ଘଟଣାକୁ ମିଡିଆରେ ଦେଖାଇଦେବେ ବୋଲି ମଧ୍ୟ ଧମକାଇଥିଲେ।

ପ୍ରଫେସର କୌଣସି ପ୍ରକାରେ ତାଙ୍କ ନିକଟରୁ ଖସି ଆସି ପୋଲିସରେ ଖବର ଦେଇଥିଲେ। ପୋଲିସ ଅଭିଯୋଗକୁ ଆଧାର କରି ତଦନ୍ତ କରିବା ସହ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Share