ହେମଗିରି,୧୩ା୮(ଡି.ଏନ୍.ଏ.): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଶନିବାର ସୁନ୍ଦରଗଡ଼ ଜିଲା ହେମଗିରିଠାରେ ମହିଳାମାନେ ହାତରେ ତ୍ରିରଙ୍ଗା ଧରି ରାସ୍ତାରେ ରାଲି କରିଛନ୍ତି। ବିଡିଓ ଡ. ଜଗଦୀଶ ମହାନନ୍ଦଙ୍କ ତତ୍ତ୍ବାବଧାନ କ୍ରମେ ହେମଗିରି ବ୍ଲକ କାର୍ଯ୍ୟାଳୟରୁ ଏହି ବିଶାଳ ରାଲି ବାହାରି ହେମଗିରି ଗ୍ରାମ ପରିକ୍ରମା କରିବା ସହିତ ହର ଘର ତ୍ରିରଙ୍ଗା ଲଗାଇବାକୁ ଆହ୍ବାନ ଦେଇଥିଲେ। ମହିଳାମାନଙ୍କ ମଧ୍ୟରେ ଦେଶପ୍ରୀତି ଥିବା ଏଥିରୁ ବୁଝାପଡୁଥିଲା। ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ଜାତୀୟ ପତାକା ବଣ୍ଟନ କରାଯାଇଥିଲା। ଠିକ୍ ସେହିପରି କନିକାଠାରେ ମଧ୍ୟ ଛାତ୍ରୀଛାତ୍ରଙ୍କ ଦ୍ୱାରା ନଗର ପରିକ୍ରମା କରି ଅମୃତ ମହୋତ୍ସବ ପାଳନ କରାଯାଇଥିଲା।