Categories: ଜାତୀୟ

‘ଫଟା ଜିନ୍ସ ପିନ୍ଧୁଥିବା ମହିଳା ସଂସ୍କାରୀ ନୁହନ୍ତି’

ଡେରାଡୁନ୍‌, ୧୮ା୩: ଫଟା ଜିନ୍ସ ପିନ୍ଧୁଥିବା ମହିଳା ସଂସ୍କାରୀ ନୁହଁନ୍ତି। ସେମାନେ ନିଜ ପିଲାଙ୍କୁ କିପରି ସଂସ୍କାର ଶିକ୍ଷା ଦେବେ ବୋଲି କହିଛନ୍ତି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ। ତିରଥଙ୍କ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଓ୍ବତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଏକଦା ପ୍ଲେନରେ ଯାଉଥିବାବେଳେ ଜଣେ ମହିଳା ତାଙ୍କ ପାଖ ସିଟ୍‌ରେ ବସିଥିଲେ। ତାଙ୍କ ସହ ଜଣେ ଶିଶୁ ମଧ୍ୟ ରହିଥିଲେ। ମହିଳା ଜଣକ ଆଣ୍ଠୁଠାରୁ ତଳକୁ ସମ୍ପୂର୍ଣ୍ଣ ଫଟା ଜିନ୍ସ ପ୍ୟାଣ୍ଟ ପିନ୍ଧିଥିଲେ। ସେ ଏକ ଏନ୍‌ଜିଓ ଚଳାଉଥିବା ଜଣାପଡିଥିଲା। ହେଲେ ଏଭଳି ମହିଳା ସମାଜକୁ ଖରାପ ବାର୍ତ୍ତା ଦେବା ସହ ପିଲାମାନଙ୍କୁ ମଧ୍ୟ ଖରାପ କଥା ଶିଖାଉଛନ୍ତି ବୋଲି ତିରଥ କହିଛନ୍ତି। ସଂସ୍କାର ହିଁ ପିଲାମାନଙ୍କୁ ନିଶାଠାରୁ ଦୂରେଇ ରଖିବ ବୋଲି ସେ ପ୍ରକାଶ କରିଛନ୍ତି।

Share