Categories: ମେଟ୍ରୋ

ଘରକୁ ଘର ବୁଲି ଡେଙ୍ଗୁ ସଚେତନତା କଲେ ମହିଳା

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ସତ୍ୟନଗର ଲେଡିଜ୍‌ ଫୋରମ୍‌ ଓ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେଶନର ମିଳିତ ସହଯୋଗରେ ସତ୍ୟନଗର ଦୁର୍ଗାମଣ୍ଡପ ବସ୍ତିଠାରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କର୍ପୋରେଶନ ପକ୍ଷରୁ ସମସ୍ତ ବସ୍ତିକୁ ବିଶୋଧନ କରାଯିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଫୋରମ୍‌ ସଦସ୍ୟାମାନେ ଘରକୁ ଘର ବୁଲି ସଚେତନତା ପତ୍ର ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର, ଓ୍ବାର୍ଡ ଅଫିସର ପ୍ରମୁଖ ସାମିଲ ଥିଲେ। କାର୍ଯ୍ୟକ୍ରମକୁ ଫୋରମ୍‌ର ସମ୍ପାଦିକା ଅନୁରାଧା ଦାଶ ପରିଚାଳନା କରିଥିଲେ।

Share