Categories: ଜାତୀୟ

ଋତୁସ୍ରାବ ସମୟରେ ମହିଳାଙ୍କୁ ମିଳିବ ଛୁଟି ! ଦାବିକୁ ନେଇ ଫେବୃୟାରୀ ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୧୫।୨: ଦେଶର ସମସ୍ତ କାର୍ଯ୍ୟରତ ମହିଳା ଏବଂ ଛାତ୍ରୀଙ୍କୁ ‘ମାସିକ ଋତୁସ୍ରାବ’ ସମୟରେ ଛୁଟି ମିଳିବା ଉଚିତ ବୋଲି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି। ବୁଧବାର ସୁପ୍ରିମକୋର୍ଟରେ ଏହି ପିଟିସନର ଶୀଘ୍ର ଶୁଣାଣି ପାଇଁ ଦାବି କରାଯାଇଥିଲା। ଏହା ପରେ ୨୪ ଫେବୃଆରୀରେ ଏହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।

ଆବେଦନରେ କୁହାଯାଇଛି ଯେ କେତେକ ଦେଶରେ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଛୁଟି ଦିଆଯାଇଥାଏ। କାରଣ ଏହି ସମୟରେ ମହିଳାମାନଙ୍କୁ ହୃଦଘାତ ଭଳି ଯନ୍ତ୍ରଣା ଭୋଗିବାକୁ ପଡିଥାଏ। ମହାମାରୀ ପରଠାରୁ ମହିଳାଙ୍କ ସ୍ବାସ୍ଥ୍ୟକୁ ଗୁରୁତର ସହ ନିଆଯାଉଛି। ବିଶ୍ୱର ବିଭିନ୍ନ ଦେଶର ସରକାର ସାନିଟାରୀ ପ୍ୟାଡ, ଟାମ୍ପନ ଏବଂ ମାସିକ ଋତୁସ୍ରାବ କପ୍‌ ଭଳି ଉତ୍ପାଦ ମାଗଣାରେ ଯୋଗାଇବା ଆରମ୍ଭ କରିଛନ୍ତି।

Share