ମେକ୍ସିକୋ ସିଟି,୪ା୧୧:ମେକ୍ସିକୋ ସିଟି ମେୟର କ୍ଲାଉଡିଆ ଶେଇବଉମ୍ ପେସାରେ ଜଣେ ଡାକ୍ତର। ଜଣେ ପରିବେଶବିତ୍ ଭାବେ ଜଣାଶୁଣା ଏହି ୬୦ ବର୍ଷୀୟା ମହିଳା ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ମେକ୍ସିକୋ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ ଲୋପେଜ୍ ଓବ୍ରାଡର ପୁନଃ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ତେଣୁ ତାଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ରିଜେନେରେଶନ ମୁଭ୍ମେଣ୍ଟ ପକ୍ଷରୁ କ୍ଲାଉଡିଆଙ୍କୁ ପ୍ରାର୍ଥୀ କରାଯାଇଛି। କ୍ଲାଉଡିଆ ନିର୍ବାଚନରେ ବିଜୟୀ ହେଲେ ସେ ହେବେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି। ଶାସକ ଦଳରୁ ପ୍ରାର୍ଥୀ ହେଉଥିବା କ୍ଲାଉଡିଆ କହିଛନ୍ତି, ରାଜନୀତିରେ ମହିଳାମାନଙ୍କ ଯୋଗଦାନ ବଢ଼ିଲେ ଗଣତନ୍ତ୍ର ସୁଦୃଢ଼ ହେବ।