ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବେ ମହିଳା

ସମ୍ବଲପୁର,୧୨ା୩(ବ୍ୟୁରୋ): ସମ୍ବଲପୁର ଜିଲାରେ ୧୦ବର୍ଷ ବ୍ୟବଧାନରେ ଶନିବାର ଆରମ୍ଭ ହେବାକୁଯାଉଛି ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା। ପ୍ରତିଯୋଗୀତା ୧୨ ଓ ୧୩ ତାରିଖ ଦୁଇଦିନ ଧରି ଚାଲିବ। କଳିଙ୍ଗ ବଡି ବିଲ୍ଡିଂ ଆଣ୍ଡ ଫିଟ୍‌ନେସ ଆସୋସିଏଶନ ଓ ଜିଲା ଆସୋସିଏଶନ ମିଳିତ ଆନୁକୂଲ୍ୟରେ ପ୍ରତିଯୋଗିତା ହେବ। ଏଥିରେ ମହିଳାଙ୍କ ସମେତ ୨୫୦ଜଣ ପ୍ରତିଯୋଗୀ ଭାଗ ନେବେ ବୋଲି ଆୟୋଜକ କର୍ମକର୍ତ୍ତା ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଜିଲାରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ରାଜ୍ୟର ୨୦ରୁ ଅଧିକ ଜିଲାର ପ୍ରତିଯୋଗୀ ସାମିଲ ହେବେ। ଖେଳାଳିମାନଙ୍କୁ ଟ୍ରଫି ସହ ଆର୍ଥତ୍କ ରାଶି ପୁରସ୍କାର ଦିଆଯିବ। ୧୮ ବିଭାଗରେ ପ୍ରତିଯୋଗିତା କରାଯିବ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳାଳିମାନେ ଜଜ୍‌ ଦାୟିତ୍ୱ ତୁଲାଇବେ। ଆର୍ଥତ୍କବର୍ଷ ୨୦୨୧-୨୨ ପାଇଁ ରାଜ୍ୟର ଟାଇଟଲ ଲାଗି ପ୍ରତିଯୋଗିତା ହେବ। ଅନୁଷ୍ଠାନର ସମ୍ବଲପୁର ଜିଲା ସଭାପତି ସତିଶ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାପତି ସନ୍ତୋଷ ମହାନ୍ତି, କାର୍ଯ୍ୟକାରୀ ସଭାପତି ନିଶାନ୍ତ ବହିଦାର, ସାଧାରଣ ସମ୍ପାଦକ ଅମିତାଭ ପରିଡା, ଉପସଭାପତି ମହମ୍ମଦ ଅଲିମ, ଜିିଜି ଜୋଶେଫ, ଶୁଭ୍ରାଂଶୁ ପଟ୍ଟନାୟକ, ଆସିଫ ଖାନ, ସାଙ୍ଗଠନିକ ସମ୍ପାଦକ ଦୁଲାଲଚନ୍ଦ୍ର ରାୟ, ସୁରେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share