ଖ୍ରୀଷ୍ଟଚର୍ଚ୍ଚ,୨୭ା୮: ଯେତେବେଳେ ଆଣ୍ଟାର୍କଟିକାର ନାଁ ଆସେ ସେତେବେଳେ ପ୍ରଥମ ଚିନ୍ତା ହେଉଛି ବରଫ। ଆଣ୍ଟାର୍କଟିକାରେ ଯେଉଁଆଡ଼କୁ ଚାହିଁଲେ କେବଳ ବରଫ ହିଁ ବରଫ। ତେବେ ଏହି ସ୍ଥାନରୁ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଛି। ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ରିପୋର୍ଟରେ କୁହାଯାଇଛି, ଆଣ୍ଟାର୍କଟିକାରେ ୫୯% ମହିଳା ଯୌନ ନିର୍ଯାତନାର ଶିକାର ହୁଅନ୍ତି।
ଏହି ମହିଳାମାନଙ୍କ ମଧ୍ୟରୁ ୩୫ ବର୍ଷୀୟା ଲିଜ ମୋନାହାନ ହେଉଛନ୍ତି ଜଣେ। ଯିଏ କି ଆଣ୍ଟାର୍କଟିକାରେ ଆମେରିକାର ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟ କରନ୍ତି ଏବଂ ଏଠାରେ କାର୍ଯ୍ୟ କରିବା ସମୟରେ ଯୌନ ଉତ୍ପୀଡ଼ନର ସମ୍ମୁଖୀନ ହୋଇଥିଲେ। ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ଜଣେ ସେ କହିଛନ୍ତ, ତାଙ୍କ ସହକର୍ମୀ ତାଙ୍କୁ ଅସଦାଚରଣ କରିଛନ୍ତି। ଯାହା ପରେ କାମ କରିବାକୁ ତାଙ୍କ ଉପରେ ଚାପ ପକାଯାଇଥିଲା।