ଭାଜପା ନେତ୍ରୀଙ୍କ ବିରୋଧରେ ମହିଳା ଆୟୋଗ ଗଲେ ଉର୍ଫି

ଜାନୁୟାରୀ ୪ରେ ଭାଜପା ନେତ୍ରୀ ଚିତ୍ରା କିଶୋର ଓ୍ବାଘ ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଅଶାଳୀନ ଡ୍ରେସିଂ ସେନ୍ସକୁ ନେଇ ଟୁଇଟର୍‌ରେ ସମାଲୋଚନା କରିଥିଲେ। ଅର୍ଦ୍ଧନଗ୍ନ ମହିଳା ରାସ୍ତାରେ ଖୋଲାଖୋଲି ବୁଲୁଛନ୍ତି। ଏହା ଉପରେ ମହାରାଷ୍ଟ୍ର ମହିଳା କମିଶନଙ୍କ ଦୃଷ୍ଟି କାହିଁକି ପଡ଼ୁନି? ସର୍ବସାଧାରଣ ସ୍ଥାନରେ ଏପରି ମାନସିକତା ନିନ୍ଦନୀୟ। ମହିଳା କମିଶନ କିଛି କରିବେ କି ନାହିଁ ବୋଲି ଚିତ୍ରା ପ୍ରଶ୍ନ କରିଥିଲେ। ବିଗ୍‌ ବସ୍‌ ଓଟିଟି ଫେମ୍‌ ଉର୍ଫିଙ୍କ ଓକିଲ ନୀତିନ ସତପୁତେ ଶୁକ୍ରବାର ମହିଳା ଆୟୋଗ ରୂପାଲୀ ଚକାନକରଙ୍କ ଦ୍ୱାରସ୍ଥ ହୋଇ ଚିତ୍ରାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ‘ବେପନାହ’ ଅଭିନେତ୍ରୀ ଉର୍ଫିଙ୍କୁ ଧମକ ଦେବା ଓ ପବ୍ଲିକ୍‌ ଡୋମେନ୍‌ରେ ତାଙ୍କ କ୍ଷତି କରିବା ନେଇ ସେ ଅଭିଯୋଗପତ୍ର ଦାଖଲ କରିଛନ୍ତି।

Share