Posted inଖେଳ

ମହିଳା କ୍ରିକେଟ ଲିଗ୍‌: ୟେଲୋ, ଭାଓଲେଟ୍‌, ରେଡ୍‌ ବିଜୟୀ

ଭୁବନେଶ୍ୱର,୨୦।୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ମହିଳା ସୀମିତ ଓଭର ଦିନିକିଆ କ୍ରିକେଟ ଲିଗ୍‌ରେ ମଙ୍ଗଳବାର ଓଡ଼ିଶା ୟେଲୋ, ଓଡ଼ିଶା ଭାଓଲେଟ ଓ ଓଡ଼ିଶା ରେଡ୍‌ ବିଜୟ ହାସଲ କରିଛନ୍ତି।

ସସ୍ମିତା, ଅଞ୍ଜଳି, କାଜଲଙ୍କ ଅର୍ଦ୍ଧଶତକ
ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ର ଦ୍ୱାଦଶ ମ୍ୟାଚ୍‌ରେ ୟେଲୋ ୩୪ଟି ବଲ୍‌ ବାକିଥାଇ ୭ ଉଇକେଟରେ ଗ୍ରୀନ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଗ୍ରୀନ୍‌ ୫୦ ଓଭରରେ ୯ ଉଇକେଟ ହରାଇ ୧୬୮ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସସ୍ମିତା ମହାଳିକ ୫୩, ଡି.ଜେ. ରେଡ୍ଡୀ ୩୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ୟେଲୋର ତରାନା ପ୍ରଧାନ, ପ୍ରିୟଙ୍କା ସାହୁ ଓ ଜି.ଏମ୍‌. ଅଳକାନନ୍ଦା ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ୟେଲୋ ୪୪.୨ ଓଭରରେ ୩ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ କାଜଲ ଜେନା ୭୮, ଅଞ୍ଜଳି ସିଂ ୬୧ ରନ ସଂଗ୍ରହ କରିଥିଲେ। ଗ୍ରୀନ୍‌ ତରଫରୁ ଶୁଭ୍ରା ସ୍ବାଇଁ ୨ ଉଇକେଟ ଅକ୍ତିଆର କରିଥିଲେ।

ଅରେଞ୍ଜ ୧୭୦ ରନରେ ପରାସ୍ତ
କିଟ୍‌ ଗ୍ରାଉଣ୍ଡରେ ରେଡ୍‌ ବୃହତ୍‌ ୧୭୦ ରନରେ ଅରେଞ୍ଜକୁ ହରାଇଛି। ଟସ୍‌ ଜିତି ରେଡ୍‌ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ଉଇକେଟ ହରାଇ ୨୫୬ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଶିଳ୍ପା ସ୍ବାଇଁ ୭୨, ମାଧୁରୀ ମେହେଟା ୪୩, ଶ୍ରୀୟା ଚକ୍ର ୩୮, ସରୋଜିନୀ ଗିରି ୩୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ଅରେଞ୍ଜ ତରଫରୁ ରସନାରା ପରବୀନ ୨, ସ୍ମ୍‌ୃତି ମହନ୍ତ ଓ ସୂର୍ଯ୍ୟସନଟ ସ୍ବାଇଁ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଅରେଞ୍ଜ ୪୩.୨ ଓଭରରେ ୯ ଉଇକେଟ ହରାଇ ୮୬ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ବର୍ଷା ସିଂ ୧୮, ପରବୀନ ୧୨ ରନ କରିଥିଲେ। ବୋଲିଂରେ ରେଡ୍‌ ତରଫରୁ ସୁଶ୍ରୀ ସିଂ ୩, ରାଜଶ୍ରୀ ସ୍ବାଇଁ ଓ ପ୍ରାର୍ଥନା ପ୍ରତିଶ୍ରୁତି ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ପର୍ପଲ ୭ ଉଇକେଟରେ ପରାସ୍ତ
ମୂଳା ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ଭାଓଲେଟ୍‌ ୭ ଉଇକେଟରେ ପର୍ପଲକୁ ହରାଇଛି। ଟସ୍‌ ହାରି ପର୍ପଲ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଲିପ୍ସା ବିଶ୍ୱାଳ ୭୨, ପୂଜା ଦାସ ୨୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାଓଲେଟ୍‌ ପକ୍ଷରୁ ପ୍ରୀତି ପ୍ରିୟଦର୍ଶନ ୩, ସୁଶ୍ରୀ ଦିବ୍ୟଦର୍ଶନୀ ୨, ପ୍ରାଞ୍ଜଲ ସିଂ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭାଓଲେଟ୍‌ ୪୪.୪ ଓଭରରେ ୩ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ରଶ୍ମିତା ଚିନ୍ନାରା ୪୮, ସ୍ବିଟ୍‌ ବେଉରା ୪୫, ସଙ୍ଗୀତା ଖାଡିଆ ୩୧ ରନ ସଂଗ୍ରହ କରିଥିଲେ। ବୋଲିଂରେ ପର୍ପଲ ତରଫରୁ ରାନୀ କେ. ପ୍ରସାଦ ଓ ଲିଓନା ପ୍ରିୟଦର୍ଶନୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Rishabh Pantଙ୍କ ଉପରେ BCCI ଲଗାଇଲା ୨୪ ଲକ୍ଷ ଟଙ୍କାର ଜରିମାନା, ବର୍ତ୍ତି ପାରିଲାନି LSG ଟିମ୍‌

ନୂଆଦିଲ୍ଲୀ,୨୮।୪: ରବିବାର ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫୪ ରନରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ ପରେ ଲକ୍ଷ୍ନୌର ଅଧିନାୟକ ରିଷଭ ପନ୍ତଙ୍କୁ...

IPL 2025 Video: ଧୋନୀଙ୍କ ଦଳ ହାରୁଥିବା ଦେଖି ଭୋ ଭୋ ହୋଇ କାନ୍ଦିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୮।୪: ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ ୨୦୨୫ ସବୁଠାରୁ ଖରାପ ସିଜନ ପ୍ରମାଣିତ ହୋଇଛି। ଦଳ ପଏଣ୍ଟ ଟେବୁଲର ସବୁଠାରୁ...

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ...

ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ...

IPLରେ ବୁମରାଙ୍କ ଆଉ ଏକ ସଫଳତା

ମୁମ୍ବାଇ,୨୭ା୪: ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ତଥା ଭାରତୀୟ ଦଳର ପ୍ରିମିୟର ପେସର ଯଶପ୍ରୀତ ବୁମରା ତାଙ୍କ ଉଲ୍ଲେଖନୀୟ କ୍ୟାରିୟରରେ ଆଉ ଏକ ସଫଳତା ଯୋଡ଼ିଛନ୍ତି। ସେ ରବିବାର...

ଶ୍ରୀଲଙ୍କାକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

କଲମ୍ବୋ, ୨୭ା୪: ଓପନର ପ୍ରତୀକା ରାଓ୍ବଲଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ସ୍ମୃତି ମନ୍ଧାନା ଓ ହାର୍ଲିନ ଦେଓଲଙ୍କ ଉପଯୋଗୀ ଅବଦାନ ସହାୟତାରେ ଭାରତ କଲମ୍ବୋରେ ଚାଲିଥିବା...

ଭାରତୀୟ ଖେଳାଳିଙ୍କୁ ଅଣଦେଖା କରୁଛନ୍ତି ରିକି ପଣ୍ଟିଂ, ଦେଉନାହାନ୍ତି ସୁଯୋଗ…

ନୂଆଦିଲ୍ଲୀ,୨୭।୪: ପଞ୍ଜାବ କିଙ୍ଗ୍ସକୁ ସବୁଠାରୁ ଦୁର୍ବଳ ଦଳ ମଧ୍ୟରେ ଗଣନା କରାଯାଉଥିଲା। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏବଂ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ...

ଟିମ୍‌ ଇଣ୍ଡିଆରୁ ବହିଷ୍କୃତ ହେବା ପରେ ନାୟରଙ୍କୁ ମିଳିଲା ଆଉ ଏକ ଚାକିରି, ହେଲେ ଏହି ଟିମ୍‌ର ମେଣ୍ଟର

ନୂଆଦିଲ୍ଲୀ,୨୭।୪: ଟିମ୍‌ ଇଣ୍ଡିଆର ପୂର୍ବତନ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାର ଏବେ ପ୍ରଶିକ୍ଷକ ଦଳର ଅଂଶ ନୁହଁନ୍ତି। ନିକଟରେ ବିସିସିଆଇ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image