Categories: ଖେଳ

ସେମିରେ ମହିଳା କ୍ରିକେଟ ଦଳ

ହାଙ୍ଗଝୋ,୨୨ା୯(ପି.ଟି.):ବର୍ଷା କାରଣରୁ ମାଲେସିଆ ବିପକ୍ଷ ମ୍ୟାଚ ଧୋଇ ଯାଇଥିବା ବେଳେ ଭାରତୀୟ ମହିଳା କ୍ରିକେଟ ଦଳ ଏସିଆନ୍‌ ଗେମ୍ସ ୨୦୨୩ର ସେମି ଫାଇନାଲରେ ପ୍ରବେଶ କରିଛି। ଗୁରୁବାରର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ଟି ବର୍ଷା କାରଣରୁ ୧୫ ଓଭର ବିଶିଷ୍ଟ କରାଯାଇଥିଲା। ମାଲେସିଆ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଭାରତ ୧୫ ଓଭରରେ ୨ ଉଇକେଟ ହରାଇ ୧୭୩ ରନ୍‌ ସ୍କୋର କରିଥିଲା। ଭାରତ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ ୬୭ ରନ୍‌ ସ୍କୋର କରଥିଲେ। ୩୯ ବଲ୍‌ ଖେଳିଥିବା ଶେଫାଳି ୪ ଚୌକା ଓ ୫ ଛକା ମାରିଥିଲେ। ଅଧିନାୟିକା ସ୍ମୃତି ମନ୍ଧାନା ୨୭ରନ୍‌ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜେମିମା ରୋଡ୍ରିଗୁଏଜ୍‌ ୪୭ ଓ ରିଚା ଘୋଷ ୨୧ ରନରେ ଅପରାଜିତ ରହିଥିଲେ। ମାଲେସିଆ ପକ୍ଷରୁ ମାରିଆ ଇଜ୍ଜାତି ଇସମାଇଲ ଓ ମାସ ଏଲିସା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ମାଲେସିଆ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ମାତ୍ର ଦୁଇଟି ବଲ୍‌ ପଡିବା ସମ୍ଭବ ହୋଇଥିଲା। ମ୍ୟାଚ୍‌ ବାତିଲ ହେବା ଫଳରେ ଆଇସିସି ର଼୍ୟାଙ୍କିଙ୍ଗରେ ଉପରେ ଥିବା କାରଣରୁ ଭାରତୀୟ ମହିଳା ଦଳକୁ ବିଜୟୀ ଘୋଷଣା କରାଯାଇଥିଲା।

Share