Categories: ଖେଳ

ମହିଳା କ୍ରିକେଟ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା: ଏ ଗ୍ରେଡରେ ହରମନପ୍ରୀତ-ମନ୍ଧାନା-ଦୀପ୍ତି…

କୋଲାକାତା,୨୭।୪ : ବିସିସିଆଇ ୨୦୨୨-୨୩ ବର୍ଷ ପାଇଁ ମହିଳା କ୍ରିକେଟ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛି। କେନ୍ଦ୍ରୀୟ ଚୁକ୍ତିରେ ସମୁଦାୟ ୧୭ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ମହିଳା କ୍ରିକେଟ ଦଳର ଅଧିନାୟକ ହରମାନପ୍ରୀତ କୌରଙ୍କ ସହିତ ଓପନର୍‌ ସ୍ମୃତି ମନ୍ଧାନା ଏବଂ ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ଏ ଗ୍ରେଡରେ ସ୍ଥାନିତ କରାଯାଇଛି। ବି ଗ୍ରେଡରେ ପାଞ୍ଚ ଜଣ ଏବଂ ସି ଗ୍ରେଡରେ ନଅ ଜଣ ଖେଳାଳି ଅଛନ୍ତି ।

ଏ ଗ୍ରେଡରେ ଥିବା ମହିଳା ଖେଳାଳିଙ୍କୁ ଭାରତୀୟ କ୍ରିକେଟ ବୋର୍ଡ ବାର୍ଷିକ ୫୦ ଲକ୍ଷ ଟଙ୍କା ଦେଇଥାଏ। ବି ଗ୍ରେଡର ଖେଳାଳିମାନେ ୩୦ ଲକ୍ଷ ଟଙ୍କା ଏବଂ ସି ଗ୍ରେଡରେ ଖେଳାଳିମାନେ ୧୦ ଲକ୍ଷ ଟଙ୍କା ପାଇଥାନ୍ତି ।

Share