ବଲିଉଡ୍ ଅଭିନେତ୍ରୀ ସନି ଲିଓନି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଅନ୍ତର୍ଜାତୀୟ ମହିଳା ଦିବସରେ ସନ୍ନି ଲିଓନ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇ ତାଙ୍କ ଜୀବନର ସଂଘର୍ଷ ଯାତ୍ରାକୁ ଏକ ମଜାଳିଆ ଉପାୟରେ ଉପସ୍ଥାପନ କରିଥିଲେ। କିନ୍ତୁ ଏହି ଭିଡିଓର କ୍ୟାପସନରେ ସେ ତାଙ୍କ ଯନ୍ତ୍ରଣା ବିଷୟରେ କହିଛନ୍ତି। ସନ୍ନି ଲିଓନ ଏହି ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ୨୧ ବର୍ଷ ବୟସରେ ମୋତେ ଘୃଣା ଇମେଲ ମିଳୁଥିଲା। ଲୋକମାନେ ଖରାପ ମେସେଜ୍ କରୁଥିଲେ। ତାଙ୍କ ନୃତ୍ୟକୁ ସମାଲୋଚନା କରାଯାଉଥିଲା। ଏହି ସମୟରେ ସେ କାହାଠାରୁ ସମର୍ଥନ ପାଇ ନ ଥିଲେ। ଏପରିକି ତାଙ୍କୁ ଆଓ୍ବାର୍ଡ ଶୋ’ରୁ ବହିଷ୍କାର କରାଯାଇଥିଲା। ତଥାପି ସେ ହାରି ନ ଥିଲେ। ଗୋଟିଏ ପରେ ଗୋଟିଏ ସଫଳତା ପାଇ ଆଜି ଏହି ସ୍ଥାନରେ ପହଞ୍ଚିଥିବା ସେ କହିଛନ୍ତି।