Categories: ଫୁରସତ

ସମାଜର ବିକାଶ ପାଇଁ ମହିଳା ସମାନତା ଅପରିହାର୍ଯ୍ୟ

ନାରୀ ଏବଂ ପୁରୁଷ ସମାଜର ବିକାଶ ପାଇଁ ବିଶେଷ ଗୁରୁତ୍ୱବହନ କରିଥାନ୍ତି। ଦୁହିଁଙ୍କ ସମାନତାର ପ୍ରଭାବ ପରିବାରଠାରୁ ଆରମ୍ଭକରି ସମଗ୍ର ପୃଥିବୀର ବିକାଶଧାରାକୁ ପ୍ରତିଫଳିତ କରିଥାଏ। ଭାରତ ସମେତ ପୃଥିବୀର ବହୁ ପ୍ରାଚୀନ ସମାଜ ନାରୀ ପୁରୁଷ ସମାନତାର ଗୁରୁତ୍ୱକୁ ଉପଲବ୍ଧି କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କହିଥିଲେ। ମହିଳା ସମାନତା ବିନା କୌଣସି ପରିବାର, ସମାଜ, ଦେଶ ଅବା ପୃଥିବୀର ବିକାଶ ସ୍ବପ୍ନ ଦେଖିବା ଅସମ୍ଭବ। ତେଣୁ ମହିଳାଙ୍କୁ ସମାନ ଅଧିକାର ଜରୁରୀ। ଏହି ଚିନ୍ତାଧାରା ବିଶ୍ୱବ୍ୟାପୀ ହେଲେ ପ୍ରତି ସମାଜର ବିକାଶ ହୋଇ ପାରିବ।
ମର୍ମରେ ଆମେରିକାରେ ମହିଳା ସମାନତା ଦିବସ ପ୍ରତିବର୍ଷ ୨୬ ଅଗଷ୍ଟରେ ପାଳନ କରାଯାଇଥାଏ । ମହିଳା ସମାନତା ଦିବସର ଏହିଦିନ ଦୀର୍ଘଦିନର ସଂଘର୍ଷ ପରେ ୧୯୨୦ରେ ଆମେରିକାର ମହିଳାମାନଙ୍କୁ ଭୋଟ ଅଧିକାର ପ୍ରଦାନ କରିବାର ନିଷ୍ପତ୍ତିକୁ ସ୍ମରଣ କରାଯାଇଥାଏ । ଆମେରିକାରେ ପୂର୍ବରୁ ମହିଳାଙ୍କୁ ଭୋଟଦାନ କରିବାର ଅଧିକାର ପ୍ରଦାନ କରାଯାଇ ନ ଥିଲା। ୧୯୨୦ରେ ଆମେରିକାର ୧୯ତମ ସମ୍ବିଧାନ ସଂଶୋଧନରେ ମହିଳାମାନଙ୍କୁ ସମାନ ମତଦାନ ଦେବା ପାଇଁ ଏକ ସଂଶୋଧନ କରାଯାଇଥିଲା । ୧୯୨୦ ଦଶକ ମଧ୍ୟଭାଗରେ, ଆମେରିକାର ୫୦ଟି ରାଜ୍ୟ ମଧ୍ୟରୁ ୩୫ ମହିଳାଙ୍କୁ ଭୋଟ ଦେବା ଅଧିକାର ପାଇଁ ଆଇନ ସପକ୍ଷରେ ଭୋଟ ଦେଇଥିଲେ। ତତ୍କାଳୀନ ବୈଦେଶିକ ସଚିବ ବେନ୍‌ବ୍ରିଜ୍‌ କୋଲ୍ବେ ଆମେରିକୀୟ ମହିଳାମାନଙ୍କୁ ଭୋଟ ଦେବାର ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ଲାଗି ଘୋଷଣାନାମାରେ ଦସ୍ତଖତ କରିଥିଲେ।
ଐତିହାସିକ ଦିନଟିକୁ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୨୬ରେ ମହିଳା ସମାନତା ଦିବସ ପାଳନ ପାଇଁ ୧୯୭୦ ଏବଂ ୧୯୭୧ରେ ଏକ ପ୍ରସ୍ତାବ ଅଣାଯାଇଥିଲା। ପରେ ୧୯୭୩ରେ ଏହାକୁ ନ୍ୟୁୟର୍କ କଂଗ୍ରେସ ପକ୍ଷରୁ ମହିଳା ସମାନତା ଦିବସ ପାଳନ ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା। ୧୯୭୨ ରେ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍‌ ଘୋଷଣାନାମା ୪୧୪୭ ଜାରି କରିଥିଲେ, ଯାହା ଅଗଷ୍ଟ ୨୬କୁ ମହିଳା ସମାନତା ଦିବସ ଭାବରେ ପାଳନ କରିବା ଲାଗି ଉଦ୍ଦିଷ୍ଟ ଥିଲା।

Share