
ବ୍ରହ୍ମପୁର,୨୬ା୩: ବ୍ରହ୍ମପୁରର ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ବୁଧବାର ଧରିଛି ପୋଲିସ॥ ବୈଦ୍ୟନାଥପୁର ଥାନା ପୋଲିସ ଦ୍ବାରା ୬ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି॥ ବିଶେଷକରି ମନ୍ଦିର ଭିତରେ ଗହଳିକୁ ଦେଖି ଏହି ମହିଳା ଗ୍ୟାଙ୍ଗ୍ ସୁନା ଚେନ୍ ଲୁଟୁଥିଲେ। ତେବେ ଏହି ୭ ଲୁଟେରାଙ୍କୁ ପୋଲିସ ଗିରଫ ସହ ସେମାନଙ୍କଠାରୁ ୫ ଭରି ଓଜନର ସୁନା ଅଳଙ୍କାର ମଧ୍ୟ ଜବତ କରିଛି।