Categories: ଫୁରସତ

ମହିଳାଙ୍କ ହେୟାର ଷ୍ଟାଇଲ ମୁଣ୍ଡରେ ଦେବେ ହାତ, ଭିଡିଓ ଦେଖିଲେ ହୋସ ଉଡିଯିବ…

ମଣିଷର ଲୁକକୁ ପ୍ରଭାବଶାଳୀ କରିବାରେ କେଶ ବହୁତ ସାହାଯ୍ୟ କରିଥାଏ। ସେଥିପାଇଁ ଲୋକମାନେ ନିଜ ମୁହଁ ଓ ଚେହେରା ଅନୁଯାୟୀ କେଶ ରଖନ୍ତି। କିଛି ଲୋକ ଲମ୍ବା କେଶ ରଖିବାକୁ ଭଲ ପାଆନ୍ତି ତ କିଛି ଲୋକ ଛୋଟ କେଶ ରଖନ୍ତି । ଆଜି ପର୍ଯ୍ୟନ୍ତ ଆପଣ ଅନେକ ପ୍ରକାରର ହେୟାରଷ୍ଟାଇଲ ଦେଖିଥିବେ, କିନ୍ତୁ ଶତ ପ୍ରତିଶତ ଆପଣ ଇଣ୍ଟରନେଟରେ ଭାଇରାଲ ହେଉଥିବା କୌଣସି ମହିଳାଙ୍କ ହେୟାର ଷ୍ଟାଇଲ ଦେଖି ନ ଥିବେ।
ମହିଳାଙ୍କ ହେୟାର ଷ୍ଟାଇଲ ଏବଂ କେଶ କାଟିବା ବିଷୟରେ କହିବାକୁ ଗଲେ ଦୁନିଆରେ ପ୍ରାୟ ୬୦ଟି ହେୟାରଷ୍ଟାଇଲ ଏବଂ କଟ ରହିଛି ଯାହା ମହିଳାମାନେ କରନ୍ତି। ବୋଲ୍ଡ ପିକ୍ସି, ଫ୍ରେଞ୍ଚ ବବ, ବବ, କର୍ଲ, ଚପି ଲବ ଏଭଳି ଅନେକ ହେୟାର ଷ୍ଟାଇଲ ମହିଳାମାନେ କରିଥାନ୍ତି। କିନ୍ତୁ ଆପଣ କେବେ ଘୋଡ଼ା ହେୟାର ଷ୍ଟାର ଷ୍ଟାଇଲ୍‌ କେବେ ଦେଖିଛନ୍ତି କି? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମହିଳା ଜଣକ ସମାନ ଢଙ୍ଗରେ କେଶ କାଟିଛନ୍ତି । ମହିଳାଙ୍କ ମୁଣ୍ଡରେ ଏକ ଘୋଡ଼ା ତିଆରି ହୋଇଥିବା ଦେଖିପାରିବେ। ଯଦି ଆପଣ ବିଶ୍ୱାସ କରୁନାହାଁନ୍ତି ତେବେ ନିଜେ ଦେଖନ୍ତୁ ଭାଇରାଲ ଭିଡିଓ। ଏହି ଭିଡିଓକୁ @ThebestFigen ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି।

Share