Posted inଖେଳ

‘ଭାରତରେ ହେବ ମହିଳା ହକି ଇଣ୍ଡିଆ ଲିଗ୍‌’

ଭୁବନେଶ୍ୱର, ୨୭।୮ (ତପନ ସ୍ବାଇଁ): ଭାରତରେ ହେବ ମହିଳା ହକି ଇଣ୍ଡିଆ ଲିଗ୍‌। ଏହା ଆସନ୍ତା ଡିସେମ୍ବରରେ ଆରମ୍ଭ ହୋଇ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଏହି ସର୍ବପ୍ରଥମ ମହିଳା ଲିଗ୍‌ରେ ୬ଟି ଫ୍ରାଞ୍ଚାଇଜ୍‌ ଦଳ ଭାଗନେବେ। ବିଶ୍ୱର ଶ୍ରେଷ୍ଠ ୧୬ଟି ହକି ଦଳର ଖେଳାଳିମାନେ ଏହି ଲିଗ୍‌ରେ ଅଂଶଗ୍ରହଣ କରିବେ ବୋଲି ସୋମବାର ପ୍ରକାଶ କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ। ଏହା ରାଜ୍ୟ ଏବଂ ଦେଶର ଯୁବ ଖେଳାଳିଙ୍କ ପାଇଁ ଏକ ଭଲ ପ୍ଲାଟଫର୍ମ ହେବ। ସେମାନେ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ସହ ଖେଳିବେ, ଡ୍ରେସିଂରୁମ୍‌ ଶେୟାର କରିବେ ଓ ଭାବ ବିନିମୟର ସୁଯୋଗ ପାଇବେ। ଡିସେମ୍ବରରେ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌-ପୁରୁଷ) ମଧ୍ୟ ଅନୁଷ୍ଠିତ ହେବ। ଏଚ୍‌ଆଇଏଲ୍‌ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଏବଂ ମହିଳା ହକି ଇଣ୍ଡିଆ ଲିଗ୍‌ ରାଞ୍ଚତ୍ରେ ଖେଳାଯିବ। ଏହାର କାର୍ଯ୍ୟସୂଚୀ ପରେ ପ୍ରକାଶ ପାଇବ। ଓଡ଼ିଶା ଚାହିଁଲେ ଏକ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଦଳ ଖେଳାଇ ପାରିବ। ସବୁକିଛି ଆଉ କିଛିଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ଦିଲୀପ ପ୍ରକାଶ କରିଛନ୍ତି।

ଓଡ଼ିଶା ସରକାର ଲକି ସ୍ପୋନସର

ତିନି ଥର ଅଲିମ୍ପିକ୍ସର ଅନୁଭବ ରଖିଥିବା ଦିଲୀପ ହକି ଇଣ୍ଡିଆ ସଭାପତି ଦାୟିତ୍ୱ ନେବାପରେ ଭାରତୀୟ ଦଳର ପ୍ରଦର୍ଶନ କ୍ରମେ ଉନ୍ନତି ହୋଇଛି। ୨୦୨୨ ହାଙ୍ଗଝୋ ଏସିଆନ ଗେମ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ୨୦୨୪ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ପୃଷ୍ଠାରେ ନୂଆ ଅଧ୍ୟାୟ ଯୋଡ଼ିଛି। ଏଥିରେ ସ୍ବାଭାବିକଭାବେ ଉଲ୍ଲସିତ ଅଛନ୍ତି ଦିଲୀପ। ”ଆମେ ଦାୟିତ୍ୱ ନେବାପରେ ଅନେକ ପଦକ୍ଷେପ ନେଇଥିଲୁ। ୨୦୨୩ ହକି ବିଶ୍ୱକପରେ ଭାରତ ଯେପରି ପ୍ରଦର୍ଶନ କଲା ତାହା ଆପଣମାନେ ସମସ୍ତେ ଦେଖିଲେ। ତେଣୁ ଆମେ କୋଚିଂ ଷ୍ଟାଫ୍‌ ବଦଳାଇବାକୁ ନିଷ୍ପତ୍ତି ନେଲୁ। ଏହି ନିଷ୍ପତ୍ତି ବହୁତ କାମ ଦେଲା। କ୍ରେଗ୍‌ ଫୁଲଟନଙ୍କ ପ୍ରଶିକ୍ଷଣରେ ଭାରତ ଏବେ କ୍ରମାଗତ ଭଲ ପ୍ରଦର୍ଶନ କରି ଚାଲିଛି। ଭାରତୀୟ ହକି ଦଳର ଭଲ ପ୍ରଦର୍ଶନ ପଛରେ ଓଡ଼ିଶା ସରକାରଙ୍କର ବଡ଼ ଅବଦାନ ରହିଛି। ଓଡ଼ିଶା ପ୍ରାୟୋଜକ ହେବାପରେ ଅଧିକାଂଶ ଟୁର୍ନାମେଣ୍ଟରେ ଭାରତୀୟ ଦଳ ଭଲ ଖେଳି ଆସୁଛି। ମୋ ମତରେ ଓଡ଼ିଶା ସରକାର ହେଉଛନ୍ତି ଭାରତୀୟ ହକିର ‘ବ୍ୟାକ୍‌ ବୋନ୍‌’ ଏବଂ ‘ଲକି ସ୍ପୋନସର’ ବୋଲି ଦିଲୀପ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri