Posted inଖେଳ

ମହିଳା ହକିର ନୂଆ ଜ୍ୟୋତି

ଓଡ଼ିଶାର ଜ୍ୟୋତି ସୁନୀତା କୁଲୁ ନିଜ ଦକ୍ଷତା ବଳରେ ଭାରତୀୟ ଦଳର ଅଧିନାୟିକା ହେବାର ଗୌରବ ଅର୍ଜନ କରିଥିଲେ। ଏବେ ଜାତୀୟ ସିନିୟର ମହିଳା ହକିରେ ପଦାର୍ପଣ କରିଛନ୍ତି ଆଉ ଜଣେ ଜ୍ୟୋତି। ସେ ହେଉଛନ୍ତି ଜ୍ୟୋତି ଛତ୍ରୀ। ଜ୍ୟୋତିଙ୍କ ପାଇଁ ଆଗକୁ ବଢ଼ିବାର ଭଲ ସୁଯୋଗ ଆସିଛି। ସେ ଭାରତୀୟ ସିନିୟର ୩୩ ଜଣିଆ କୋର୍‌ ଦଳରେ ସାମିଲ ହୋଇ ବେଙ୍ଗାଲୁରୁସ୍ଥିତ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କ୍ୟାମ୍ପରେ ଟ୍ରେନିଂ ନେଉଛନ୍ତି। ଏପ୍ରିଲ ୯ରେ ଆରମ୍ଭ ହୋଇଥିବା ଏହି କ୍ୟାମ୍ପ ମେ’ ୧୩ ପର୍ଯ୍ୟନ୍ତ ଚାଲିବ। ଆଗାମୀ ଅଷ୍ଟ୍ରେଲିଆ ଗସ୍ତ, ଚାଇନାରେ ହେବାକୁଥିବା ଏସିଆନ ଗେମ୍ସ ଆଦି ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ଭାରତୀୟ କୋର୍‌ ଦଳ ଏହି କ୍ୟାମ୍ପରେ ନିଜକୁ ପ୍ରସ୍ତୁତ କରୁଛି। ୨୦ ବର୍ଷୀୟା ଛତ୍ରୀ ପ୍ରଥମଥରପାଇଁ ସିନିୟର କ୍ୟାମ୍ପରେ ସୁଯୋଗ ପାଇଛନ୍ତି। ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ଜାତୀୟ ହକି କ୍ୟାଡେଟ୍‌ ହେଉଛନ୍ତି ଛତ୍ରୀ। ପ୍ରତିଭାକୁ ଦୃଷ୍ଟିରେ ରଖି ଛତ୍ରୀଙ୍କୁ ୨୦୨୧ରୁ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସିରେ ଟ୍ରେନିଂ ଦିଆଯାଉଛି। ସୁନ୍ଦରଗଡ଼ ଜିଲା ରାଉରକେଲାରେ ଜନ୍ମିତ ଜ୍ୟୋତି ୩ ସନ୍ତାନଙ୍କ ମଧ୍ୟରୁ ସର୍ବକନିଷ୍ଠ। ସୁନ୍ଦରଗଡ଼ ଜିଲାର ଅଧିକାଂଶ ଖେଳାଳି ହକି ପ୍ରେମରେ ପଡ଼ିଥାନ୍ତି। ଏଥିରୁ ଜ୍ୟୋତି ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ପରିବାରରେ ହକିପ୍ରତି ପ୍ରବଳ ଆଗ୍ରହ ଥିବାରୁ ସେ ୨୦୧୪ରେ ହକିକୁ ଆପଣେଇ ନିଅନ୍ତି। ଜ୍ୟୋତିଙ୍କ ଭାଇ ମଧ୍ୟ ଜଣେ ହକି ଗୋଲକିପର। ସେ ତାଙ୍କୁ ହକିକୁ କ୍ୟାରିୟର କରିବାକୁ ଉତ୍ସାହିତ କରିଥିଲେ।
ଜଣିଆ କୋର୍‌ ଦଳରେ ସାମିଲ ହୋଇଥିବାରୁ ଜ୍ୟୋତିଙ୍କ ଖୁସି କହିଲେ ନ ସରେ। ”ଏହି କ୍ୟାମ୍ପରେ ଭାରତର ଶ୍ରେଷ୍ଠ ହକି ଖେଳାଳିଙ୍କ ସଂସ୍ପର୍ଶରେ ଆସି ଅନେକ କିଛି ଶିଖିବାକୁ ମିଳୁଛି। ଉଚ୍ଚସ୍ତରରେ ଖେଳିବା ଏବଂ ଭାରତକୁ ପ୍ରତିନିଧିତ୍ୱ କରିବା ଆମ ସମସ୍ତଙ୍କର ସ୍ବପ୍ନ। ତେଣୁ ଏହା ମୋ ପାଇଁ ଏକ ବଡ଼ ସୁଯୋଗ। ମୁଁ ଯେଉଁଠାରେ ବଢ଼ିଛି ସେଠାରେ ହକି ଅତ୍ୟନ୍ତ ଲୋକପ୍ରିୟ। ମୋ ଭାଇ ହକି ଖେଳନ୍ତି ଏବଂ ସେ ମୋତେ ଏହି କ୍ରୀଡ଼ାକୁ କ୍ୟାରିୟର କରିବାକୁ ଉତ୍ସାହିତ କରିଛନ୍ତି। ପାନପୋଷ ଷ୍ଟାଡିୟମ ମୋ ଘରଠାରୁ ଅଳ୍ପ ଦୂରରେ। ମୁଁ ଭାଗ୍ୟବାନ ଯେ ଏହି ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଭର୍ତ୍ତି ହେବାର ସୁଯୋଗ ପାଇଥିଲି। ସେଠାରୁ ମୁଁ ହକିକୁ ଗୁରୁତ୍ୱର ସହ ନେଇଥିଲି“ ବୋଲି ପ୍ରତିଭାସମ୍ପନ୍ନ ଡିଫେଣ୍ଡର ଜ୍ୟୋତି ପ୍ରକାଶ କରିଛନ୍ତି।
ଜ୍ୟୋତି ଭୁବନେଶ୍ୱରସ୍ଥିତ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଘରଠାରୁ ଦୂରରେ ରହିବା ତାଙ୍କପାଇଁ ଚ୍ୟାଲେଞ୍ଜ ଥିଲା। ମାତ୍ର ପରିବାର ଏବଂ ଓଡ଼ିଶା ନାଭାଲ ଟାଟା ଏଚ୍‌ପିସି କୋଚ୍‌ଙ୍କ ସମର୍ଥନ ଯୋଗୁ ତାହା ସମ୍ଭବ ହୋଇପାରିଥିଲା। ଏଚ୍‌ପିସିରେ ଯୋଗଦେବା ପରଠାରୁ ସେ ଅନେକ କିଛି ଶିଖିବାକୁ ପାଇଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri