Categories: ଖେଳ

ମହିଳା ଆଇପିଏଲ୍‌ ଟିମ୍‌ ଘୋଷଣା କଲା ବିସିସିଆଇ: ଆଦାନୀ ଟିମ୍‌ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ,୨୫।୧: ମହିଳା ଆଇପିଏଲ୍‌ ପ୍ରଥମ ସିଜନ ଲାଗି ବିସିସିଆଇ ବୁଧବାର ୫ ଦଳ ଘୋଷଣା କରିଛି। ଏହି ୫ ଦଳ ଅହମ୍ମଦାବାଦ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ଲକ୍ଷ୍ନୌର ରହିବେ। ଏହି ଫ୍ରାଞ୍ଚାଇଜ ଦଳଗୁଡ଼ିକ ମଧ୍ୟରୁ ଅହମ୍ମଦାବାଦ ଟିମ୍‌ ସବୁଠାରୁ ମହଙ୍ଗା ହୋଇଥିବା ବେଳେ ଏହାକୁ ଆଦାନୀ ସ୍ପୋଟ୍ସ ଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କିଣିଛି। ତେବେ ଏହି ଲିଗ୍‌ର ନାମ ଓମ୍ୟାନ୍‌ ପ୍ରିମିୟର ଲିଗ୍‌(ଡବ୍ଲୁପିଏଲ୍‌) ରଖାଯାଇଥିବା ବିସିସିଆଇ ସଚିବ ଜୟ ଶାହା କହିଛନ୍ତି।

ମହିଳା ଆଇପିଏଲ୍‌ ଦଳର ସଫଳ ବିଡର ଘୋଷଣା କରି ବିସିସିଆଇ କହିଛି, ୫ ଦଳର ମୋଟ ମୂଲ୍ୟ ୪୬୬୯.୯୯ କୋଟି ଟଙ୍କା ରହିଛି। ଏଥିରେ ସବୁଠାରୁ ମହଙ୍ଗା ଅହମ୍ମଦାବାଦ ଟିମ୍‌କୁ ଆଦାନୀ ସ୍ପୋଟ୍ସ ଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୧୨୮୯ ଟଙ୍କାରେ କିଣାଯାଇଛି।

ମହିଳା ଆଇପିଏଲ୍‌ ଟିମ୍‌:
୧. ଅହମ୍ମଦାବାଦ – ୧୨୮୯ କୋଟି ଟଙ୍କା – ଆଦାନୀ ସ୍ପୋର୍ଟସ ଲାଇନ୍‌ ପ୍ରାଇଭେଟ ଲିମିଟେଡ
୨. ମୁମ୍ବାଇ – ୯୧୨.୯୯ କୋଟି ଟଙ୍କା – ଇଣ୍ଡିଆୱିନ ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ୍‌
୩. ବେଙ୍ଗାଲୁରୁ – ୯୦୧ କୋଟି ଟଙ୍କା – ରୟାଲ ଚ୍ୟାଲେଞ୍ଜର୍ସ ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ୍‌
୪. ଦିଲ୍ଲୀ – ୮୧୦ କୋଟି ଟଙ୍କା – ଜେଏସ୍‌ଡବ୍ଲୁ ଜିଏମ୍‌ଆର୍‌ କ୍ରିକେଟ ପିଭି ଲିମିଟେଡ
୫- ଲକ୍ଷ୍ନୌ- ୭୫୭ କୋଟି ଟଙ୍କା – କ୍ୟାପ୍ରି ଗ୍ଲୋବାଲ ହୋଲ୍ଡିଂସ ପ୍ରାଇଭେଟ୍‌ ଲିମିଟେଡ୍‌

ବିସିସିଆଇ ସଚିବ ଜୟ ଶାହା ଟୁଇଟ କରି କହିଛନ୍ତି, କ୍ରିକେଟ ରେ ଆଜି ଏକ ଐତିହାସିକ ଦିନ। ପ୍ରଥମ ମହିଳା ପ୍ରିମିୟର ଲିଗ ପ୍ରଥମ ପୁରୁଷ ଆଇପିଏଲ ୨୦୦୮ର ରେକର୍ଡ ଭାଙ୍ଗିଛି। କାରଣ ଏହାର ମୋଟ ବିଡ୍‌ ୪୬୬୯.୯୯ ଥିଲା।

 

Share