ମହିଳାଙ୍କ ଲୋଟା ଦୌଡ଼, ବାହାରେ ଶୌଚ ବନ୍ଦ ପାଇଁ ସଚେତନତା…

ଭୋପାଳ,୧୩।୧୦: ବାହାରେ ଶୌଚ ହେବା ବନ୍ଦ କରିବା ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମହିଳାମାନେ ଏକ ନିଆରା ଦୌଡ଼ର ଆୟୋଜନ କରିଛନ୍ତି। ସେମାନେ ଲୋଟା ଧରି ଦୌଡ଼ିଛନ୍ତି। ପୂର୍ବରୁ ପ୍ରତିଦିନ ସେମାନେ ଲୋଟା ଧରି ବାହାରକୁ ଶୌଚ ପାଇଁ ଅସୁଥିଲେ। ମାତ୍ର ଘରେ ଘରେ ଶୌଚାଳୟ ନିର୍ମାଣ ହେବା ଦ୍ୱାରା ଏହି ସମସ୍ୟା ଏବେ ଦୂର ହୋଇଛି।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ସଚେତନତା ପାଇଁ ଏହି ଦୌଡ଼ର ଆୟୋଜନ କରାଯାଇଥିଲା। ଭୋପାଳ ଉପକଣ୍ଠରେ ଥିବା ଫନ୍ଦା ଗାଁରେ ଜିଲା ପଞ୍ଚାୟତ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯାଇଛି। ଜିଲା ପଞ୍ଚାୟତ ସିଇଓ ବିକାଶ ମିଶ୍ରା ବିଜେତା ମହିଳାଙ୍କ ପାଦପୂଜା କରିଛନ୍ତି।

Share