Categories: ଖେଳ

ମହିଳା, ପୁରୁଷ ଦଳର ବିଜୟ ଅଭିଯାନ

ହାଙ୍ଗ୍‌ଝୋ, ୨୯ା୯: ଏସିଆନ ଗେମ୍ସ ଚେସ୍‌ ଇଭେଣ୍ଟରେ ଭାରତର ପୁରୁଷ ଏବଂ ମହିଳା ଦଳ ବିଜୟ ହୋଇ ଅଭିଯାନ ଆରମ୍ଭ କରିଛନ୍ତି। ଶୁକ୍ରବାର ଉଭୟ ଯଥାକ୍ରମେ ମଙ୍ଗୋଲିଆ ଓ ଫିଲିପାଇନ୍ସ ବିପକ୍ଷରେ ସହଜ ବିଜୟ ହାସଲ କରିଛନ୍ତି। ଦୁଇ ଦଳ ପ୍ରଥମ ରାଉଣ୍ଡ ମୁକାବିଲା ସମାନ ୩.୫-୦.୫ ବ୍ୟବଧାନରେ ଜିତିଛନ୍ତି। ଏସିଆନ ଗେମ୍ସର ଟିମ୍‌ ଇଭେଣ୍ଟ କ୍ଳାସିକାଲ ଟାଇମ୍‌ ଫର୍ମାଟ ଏବଂ ବ୍ୟକ୍ତିଗତ ଇଭେଣ୍ଟଗୁଡ଼ିକ ରାପିଡ୍‌ ଫର୍ମାଟରେ ଖେଳାଯାଉଛି।

ପୁରୁଷ ଦଳରେ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାଇସି, ଭିଦିତ ଗୁଜରାଠୀ ଓ ଆର୍‌. ପ୍ରଜ୍ଞାନନ୍ଦ ଓ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ମହିଳା ଦଳରେ ଆର. ବୈଶାଳୀ, ବି. ସବିତା ଶ୍ରୀ, ଇଣ୍ଟରନ୍ୟାଶନାଲ ମାଷ୍ଟର ଭାନ୍ତିକା ଅଗ୍ରଓ୍ବାଲ, ଡି. ହାରିକା ପ୍ରମୁଖ ରହିଛନ୍ତି।

Share