ପାଟଣା,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୂଷାଖରୀ ପଞ୍ଚାୟତ ଭାଲୁ ଘର ଗ୍ରାମର ଜୁଡ଼ାଟାଙ୍ଗର ସାହିର ଲକ୍ଷ୍ମୀମେଢ଼ ଭାସାଣି ବେଳେ ମହିଳାମାନଙ୍କ ମସ୍ତିଭରା ନୃତ୍ୟ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାମାନେ ଓଡ଼ିଆ ବୀରହ ଗୀତ ମୋନାଲିସା କାହିଁ ଛାଡ଼ି ଚାଲିଗଲୁ ମୋତେ… ଓ ନାଗିନ୍… ଗୀତର ତାଳେ ତାଳେ ଗାଁ ଦାଣ୍ଡରେ ଗଡୁଥିବାର ଦେଖିବାକୁ ମିଳିଛି। ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସହରୀ ସଭ୍ୟତା ଏବେ ଗାଁ ଭସାଣିକୁ ଗ୍ରାସିଲାଣି ବୋଲି ବୟଜ୍ୟୋଷ୍ଠମାନେ କହୁଛନ୍ତି।