Categories: ଜାତୀୟ

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଗେଇ ଆସିଲା ମହିଳା ସଂଗଠନ

ନୂଆଦିଲ୍ଲୀ,୮ା୫: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ୪ଟି ମହିଳା ସଂଗଠନ ଆଗେଇ ଆସିଛନ୍ତି। ଯୌନ ନିର୍ଯାତନାରେ ସମ୍ପୃକ୍ତ ଅଭିଯୋଗରେ ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ ଭୂଷଣଙ୍କ ସମେତ ହରିୟାଣାର ଜଣେ ମନ୍ତ୍ରୀଙ୍କୁ ଗିରଫ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ମହିଳା ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି।

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଘ, ଭାରତୀୟ ମହିଳା ଜାତୀୟ ମହାସଂଘ, କୋଅପରେଶନ ପିଓଡବ୍ଲ୍ୟୁ-ପିଏମ୍‌ଏସ୍‌-ଆଇଜେଏମ୍‌ ଅଲ୍‌ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଏବଂ ଅଲ୍‌ ଇଣ୍ଡିଆ ଅଗ୍ରଗାମୀ ମହିଳା ସଂଗଠନ ପକ୍ଷରୁ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରାଯାଇଛି।

 

Share