Categories: ଜାତୀୟ

ପୋଲିସ ପ୍ରତ୍ୟାହାର ଦାବିରେ ମହିଳାଙ୍କ ବିକ୍ଷୋଭ

ଇମ୍ଫାଲ,୧।୮: ମ୍ୟାନ୍‌ମାର ସୀମାକୁ ଲାଗିଥିବା ମଣିପୁରର ମୋରେହ ସହରରୁ ପୋଲିସ ଫୋର୍ସ ପ୍ରତ୍ୟାହାର ଦାବିରେ ୧,୦୦୦ରୁ ଊର୍ଦ୍ଧ୍ୱ ମହିଳା ସୋମବାର ଚୁରାଚାନ୍ଦପୁରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତୁରନ୍ତ ରାଜ୍ୟ ପୋଲିସଙ୍କୁ ପ୍ରତ୍ୟାହାର କରି ନିଆ ନ ଗଲେ ମଣିପୁରର ସମସ୍ତ ଆଦିବାସୀ ଜିଲାରେ ଆନ୍ଦୋଳନ କରାଯିବ ବୋଲି ଇଣ୍ଡିଜେନିଅସ୍‌ ଟ୍ରାଇବାଲ ଲିଡର୍ସ ଫୋରମ୍‌ (ଆଇଟିଏଲ୍‌ଏଫ୍‌) ସୋମବାର ଚେତାବନୀ ଦେଇଛି। ନିଷ୍ପକ୍ଷତା ବଜାୟ ରଖିବାକୁ ହେଲେ ମୋରେହରୁ ସୁରକ୍ଷା ବଳ ହଟିବା ଆବଶ୍ୟକ। ତାହା ନ ହେଲେ ଆମେ ଜନଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଆଇଏଲ୍‌ଟିଏଫ୍‌ କହିଛି।

Share