ମହିଳା ଅଧିକାରକର୍ମୀ ଲୌଜେନ୍‌ଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ: ଅନ୍ତର୍ଜାତୀୟସ୍ତରରେ ନିନ୍ଦା

ଦୁବାଇ,୨୯।୧୨: ସୌଦିରେ ମହିଳା ଅଧିକାରକର୍ମୀ ଲୌଜେନ୍‌ ଅଲ୍‌-ହଥଲୌଲ୍‌ଙ୍କୁ ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଅନ୍ତର୍ଜାତୀୟସ୍ତରରେ ନିନ୍ଦା କରାଯାଇଛି। ସୌଦିରେ ପ୍ରଚଳିତ ଆତଙ୍କବାଦ ନିରୋଧୀ ଆଇନ ଅନ୍ତର୍ଗତ ଲୌଜେନ୍‌ଙ୍କୁ ଜେଲ ଦଣ୍ଡାଦେଶ କରାଯାଇଛି। ସେ ସମ୍ପ୍ରତି ନଜରବନ୍ଦୀ ରହିଛନ୍ତି। ଲୌଜେନ୍‌ଙ୍କୁ ଜେଲ୍‌ରେ ରଖିବା ଦ୍ୱାରା ଆମେରିକା ଏବଂ ସୌଦିର ସମ୍ପର୍କ ଉପରେ ନକାରାତ୍ମକ ପଡ଼ିବାର ଆଶଙ୍କା ରହିଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ମାନବାଧିକାର ସଂଗଠନ ପ୍ରିଜନର୍ସ ଅଫ୍‌ କାନଶାନ୍ସ୍‌ ଅନୁସାରେ ଲୌଜେନ୍‌ଙ୍କୁ ୨୦୨୧ ମାର୍ଚ୍ଚ ପୂର୍ବରୁ ମୁକ୍ତ କରାଯିବାର ସମ୍ଭାବନା ଅଛି। ତାଙ୍କୁ ୨୦୧୮ ମେରେ ଗିରଫ କରାଯାଇଥିଲା। ଇତିମଧ୍ୟରେ ସେ ଦଣ୍ଡାଦେଶଠାରୁ ଅଧିକ ସମୟ ଜେଲ୍‌ରେ ବିତାଇ ସାରିଛନ୍ତି।

Share